ଭଦ୍ରକ (୨୨ ଜୁନ ୨୦୨୫) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ ବନ୍ତସ୍ଥିତ ଡିଗି ପୋଖରୀ ଠାରେ ବିକଶିତ ଭାରତର ଅମୃତ କାଳ, ସେବା, ସୁଶାସନ ଏବଂ ଗରିବ କଲ୍ୟାଣରେ କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ବନ୍ତ ମଣ୍ଡଳ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ସାଂସଦ ଅଭିମନୁ୍ୟ ସେଠୀ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମସ୍ତଙ୍କୁ ହକ୍ ପ୍ରଦାନ କରିବା ଏବଂ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀକୁ ବିକଶିତ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ ।
ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଜିଲା ବିଜେପିି ସଭାପତି ଭଗବାନ ପଣ୍ଡା ଯୋଗ ଦେଇ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଲେ ତାର ସୁଫଳ ଆମେ ପାଇ ପାରିବା ବୋଲି ସେ କହିଥିଲେ । ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଶୁଂ ଶେଖର ନାୟକ ଯୋଗ ଦେଇ ରାଜ୍ୟବାସୀଙ୍କ ଆବେଗକୁ ସରକାର ବୁଝି ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଓ ଚାଷୀଙ୍କୁ ଇନପୁଟ୍ ସବ୍ସିଡି ପ୍ରଦାନ କରି ସଶକ୍ତ କରାଇଥିବା ବେଳେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିକଶିତ ଭାରତ କାର୍ଯ୍ୟକ୍ରମର ଜିଲା ସଂଯୋଜକ ପ୍ରତାପ କୁମାର ନାୟକ, ବନ୍ତ ମଣ୍ଡଳ ପ୍ରଭାରୀ ଅଜୟ ନାୟକ, ବରଡେଶ୍ୱର ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନା ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲା ବିଜେପି ଉପ ସଭାନେତ୍ରୀ ପଙ୍କଜିନୀ ଲେଙ୍କା, ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ, ବନ୍ତ ମଣ୍ଡଳର ପୂର୍ବତନ ସଭାପତି ଖଗେଶ୍ୱର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ବନ୍ତ ମଣ୍ଡଳର ସମ୍ପାଦକ ଆନନ୍ଦ ଚନ୍ଦ୍ର ଓଝା ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବନ୍ତ ମଣ୍ଡଳ ଅଧିନ ୮ ଗୋଟି ପଞ୍ଚାୟତର ହଜାରରୁ ଉର୍ଦ୍ଧ ଦଳୀୟ କର୍ମୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ମାଧବାନନ୍ଦ ଦାସ, ସୁଧିର ନାୟକ, ବସନ୍ତ ବିଶ୍ୱାଳ, ବିଳାସ ଦାସ, କୁନା ସାହୁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।
(ଚାନ୍ଦିନୀ ମହାନ୍ତିଙ୍କ ରିପୋର୍ଟ)