ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ଶ୍ରାଦ୍ଧୋତ୍ସବ ପାଳିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 1 July 2025

ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ଭଦ୍ରକ (୧ ଜୁଲାଇ ୨୦୨୫): ଭୁବନେଶ୍ୱରର ଶ୍ୱସ୍ତି ପ୍ଲାଜା ଠାରେ ଓଡିଆ ଭାଷା, ସାହିତ୍ୟିକ ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ବିଜେଡି ସାଂସ୍କୃତିକ ସମନ୍ୱୟ ଓ ‘ୱି ଫର୍‌’ ଭୁବନେଶ୍ୱର ପକ୍ଷରୁ ଏହି ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ଏଥିରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଅନ୍ୟ ଅତିଥି ବୃନ୍ଦ ପଲ୍ଲୀ କବିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ତାଙ୍କ ବକ୍ତବ୍ୟରେ କହିଲେ, ନନ୍ଦକିଶୋର ବଳ ଓଡିଆ ସାହିତ୍ୟରେ ପ୍ରାକ୍‌-ଆଧୁନିକ କାଳର ଜଣେ ଅଗ୍ରଣୀ କବି ଥିଲେ, ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀକବି ବୋଲି ସମ୍ବୋଧନ କରାଯାଉଛି । ସେ ନିଜର ପ୍ରଥମ ପ୍ରବନ୍ଧକୁ ‘ପଲ୍ଲୀଚିତ୍ର’ ନାମରେ କବିତାର ରୂପ ଦେଇଥିବାରୁ ତାଙ୍କୁ ଏହି ଉପାଧି ମିଳିଥିବା ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ତାଙ୍କର ପ୍ରତ୍ୟେକଟି ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟି ଉଠିଥାଏ । ଶିଶୁମାନଙ୍କ ପାଇଁ ତାଙ୍କ ରଚିତ ‘ନାନାବାୟା’ ଗୀତ ଓଡିଶାର ପୁରପଲ୍ଲୀରେ ବେଶ୍ ପ୍ରଚଳିତ । ପଲ୍ଲୀ କବି ୧ ଶହରୁ ଉର୍ଦ୍ଧ ସନେଟ୍ ଲେଖିଛନ୍ତି । ତାଙ୍କ ରଚିତ ସନେଟ ଗୁଡିକ ପ୍ରକୃତି ଓ ଜନ ଜୀବନ ଛବିରେ ପୃଷ୍ଟ । ନନ୍ଦ କିଶୋରଙ୍କ ‘ନାନାବାୟା ଗୀତ’, ‘ମେଘ ବରଷିଲା ଟୁପୁରୁ ଟୁପୁରୁ କେଶର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜା’ ଭଳି ଅନନ୍ୟ କବିତା ଶ୍ରୀ ବଳଙ୍କ ଦ୍ୱାରା ରଚିତ ଓଡିଶାରେ ଘରେ ଘରେ ବେଶ୍ ଜନାଦୃତ ହୋଇଛି ।

(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)

Post Bottom Ad