ଭଦ୍ରକ (୮ ଜାନୁଆରୀ ୨୦୨୬) — ବର୍ତ୍ତମାନ ଶୀତର ସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାରେ ସ୍କୁଲଗୁଡ଼ିକୁ ଶନିବାରିଆ ସକାଳୁ ଖୋଲିବା ପରିବର୍ତ୍ତେ ୧୦ଟା ବେଳେ କରିବାକୁ ଜିଲ୍ଲାପାଳଙ୍କ ଚିଠି । ୮ ଜାନୁଆରୀ ୨୦୨୬ରେ, ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୪୫୬ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହାକି ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ଫେବୃଆରୀ ଦ୍ୱିତୀୟ ସପ୍ତାହ ଯାଏଁ କରାଯାଇଛି ।
ନିର୍ଦ୍ଦେଶ ଅନୁସାରେ, ସମସ୍ତ ସରକାରୀ, ବେସରକାରୀ, ଏଲିମେଣ୍ଟାରୀ, ମାଦ୍ରାସା ଓ ସଂସ୍କୃତ ଟୋଲ୍ଗୁଡ଼ିକୁ ଏହା ପାଳନ କରିବାକୁ ହେବ । ୧ମରୁ ୧୨ଶ ଶ୍ରେଣୀ ଯାଏଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସୂଚନା ଥାଉକି, ଏଥର ଓଡ଼ିଶାରେ ପ୍ରବଳ ଶୀତର ଲହରୀ ଜାରି ରହିଛି, ଯାହାକି ବିଗତ କିଛି ବର୍ଷ ତୁଳନାରେ ସର୍ବନିମ୍ନ । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ସୂଚନା ଦେଇଛନ୍ତି ।
