ଭଦ୍ରକ (୧ ଜୁଲାଇ ୨୦୨୫): ଭୁବନେଶ୍ୱର ସହିଦନଗରସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ଓଡିଶାର ଅଗ୍ରଣୀ ସାମାଜିକ ସଂଗଠନ ‘ସବୁଜ ଭାରତ’ ତରଫରୁ ଡାକ୍ତର ଦିବସ ଓ ୭୬ ତମ ‘ବନ ମହୋତ୍ସବ’ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦେଓ, ବଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, କର୍ପୋରେଟର ରାଜ କିଶୋର ଦାସ ଙ୍କ ସମେତ ବହୁ ବୁଦ୍ଧିଜୀବି ଏବଂ ବରିଷ୍ଠ ନେତୃ ମଣ୍ଡଳୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ବିଶ୍ୱରେ ଋତୁଚକ୍ର ପରିବର୍ତନ,ବୃଦ୍ଧି ପାଉଥିବା ତାପମାତ୍ରା, ଋତୁଚକ୍ର ଅନିୟମିତତାକୁ ବୃକ୍ଷରୋପଣ ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଯୋଗ ଦେଇଥିଲେ ।
(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)