ଭଦ୍ରକ (୨ ଜୁଲାଇ ୨୦୨୫) : ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ସରମରାସ୍ଥିତ ଶନିଦେବଙ୍କ ୫ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମଙ୍ଗଳବାର ଗ୍ରାମର ବାଲିଆଡିସ୍ଥିତ ପୁଷ୍କରିଣୀରୁ ୩୧ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । କର୍ତ୍ତା ଭାବେ ଆନନ୍ଦ ଚନ୍ଦ୍ର ରାଉତ, ସାବିତ୍ରୀ ରାଉତ, ପୂର୍ଣ୍ଣ ଚନ୍ଦ୍ର ରାଉତ, ବୀଣାପାଣି ରାଉତ ଦାୟୀତ୍ୱ ତୁଲାଇଥିଲେ । ପୂଜକ ପଦ୍ମନାଭ ପଣ୍ଡା, କୃଷ୍ଣ ଚନ୍ଦ୍ର ପାଢୀ, ନାରାୟଣ ପାଢୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା ।
କାର୍ଯ୍ୟକ୍ରମରେ ଭିକାରୀ ନାୟକ, ସନାତନ ପାତ୍ର, ଶଶିକାନ୍ତ ଜେନା, ସୁକାନ୍ତ କୁମାର ସାହୁ, ନାରାୟଣ ନାୟକ, କୌଳାସ ବିଶ୍ୱାଳ, ନାରାୟଣ ବିଶ୍ୱାଳ, ଅର୍ଜ୍ଜୁନ ଜେନା, ନରେଶ ଜେନା, ଗଙ୍ଗାଧର ନାୟକ, ଜିତେନ୍ଦ୍ର ଜେନା, ବାବୁଲା ବିଶ୍ୱାଳ, ତପନ ଜେନା, ରାଜେଶ ବିଶ୍ୱାଳ, ରାମ ଚନ୍ଦ୍ର ମହାନ୍ତି, ପ୍ରିୟବ୍ରତ ରାଉତ, ସତ୍ୟ ପ୍ରକାଶ ରାଉତ, ଅମର ରାଉତ, ସୁଧୀର ରାଉତଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।
(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)