ଗୋପୀନାଥପୁର ଗ୍ରାମ ପଞ୍ଚାୟତକୁ ବିଭାଜନ କରାଯାଇ ଦୁଇ ପଞ୍ଚାୟତ କରାଯିବାକୁ ଦାବୀ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 22 June 2025

ଗୋପୀନାଥପୁର ଗ୍ରାମ ପଞ୍ଚାୟତକୁ ବିଭାଜନ କରାଯାଇ ଦୁଇ ପଞ୍ଚାୟତ କରାଯିବାକୁ ଦାବୀ

GOPINATHPUR GP

ଭଦ୍ରକ (୨୨ ଜୁନ ୨୦୨୫) :  ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ଗ୍ରାମ ପଞ୍ଚାୟତକୁ ପଞ୍ଚାୟତ ପୁର୍ନଗଠନ ବେଳେ ବିଭାଜନ କରାଯାଇ ୨ ଗୋଟି ପଞ୍ଚାୟତ କରାଯିବାକୁ ତଥ୍ୟ ପ୍ରଦାନକାରୀ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସି.ଏଫ.ଡବ୍ଲୁ୍ୟ.ଏସ.ଡିର କର୍ମକର୍ତ୍ତା ଓ ସ୍ଥାନୀୟ ଜଗତଜ୍ୟୋତି ମହିଳା ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ପ୍ରକାଶ ଯେ, ଚଳିତ ପଞ୍ଚାୟତ ପୁର୍ନଗଠନ ପ୍ରକି୍ରୟାରେ ଏହି ଗ୍ରାମ ପଞ୍ଚାୟତ ବିଭାଜନ ଯୋଗ୍ୟ ଅଟେ । କ୍ଷେତ୍ରଫଳ, ପରିସୀମା, ଲୋକସଂଖ୍ୟା, ୱାର୍ଡ ଓ ଭୋଟର ସଂଖ୍ୟା ଦୃଷ୍ଟିରୁ ସବୁଥିରେ ଏହି ଗ୍ରାମ ପଞ୍ଚାୟତ ବ୍ଲକର ସବୁଠାରୁ ଅଧିକ ଅଟେ । ଏହି ପଞ୍ଚାୟତର ପରିସୀମା ଆଗରପଡା ବଜାର ମୁଖ୍ୟ ଛକ ଠାରୁ ବାଲେଶ୍ୱର ଜିଲା ଅଲ୍ଲିହା ଗ୍ରାମ ପର୍ଯ୍ୟନ୍ତ ପାଖାପାଖି ୧୪ କିମି ପର୍ଯ୍ୟନ୍ତ ରହିଛି । ଏହି ପଞ୍ଚାୟତରେ କାଣ୍ଡବା, ଶ୍ରୀରାମପୁର, ସାହୁପଡା, ମାର୍କଣ୍ଡପୁର, ତୁଳିପଦା, ପାଣିଛତ୍ର, ଗୋପୀନାଥପୁର, ତାଜିପୁର, ପାହାଡପୁର, ବଡସନ୍ଦାଡୋ, ସାନସନ୍ଦାଡୋ ଆଦି ୧୧ଟି ରାଜସ୍ୱ ଗ୍ରାମ ଓ  ୧୯ଟି ୱାର୍ଡ ରହିଛି । ଏଥିସହିତ ସାହୁପଡା ରାଜସ୍ୱ ଗ୍ରାମର ଅମରସିଂହପୁର, ସାହୁପଡା ଓ ସାନସନ୍ଦାଡୋ ରାଜସ୍ୱ ଗ୍ରାମର କାଳିମେଘା ସ୍ୱତନ୍ତ୍ର ପଡା ଯାହା ରାଜସ୍ୱ ଗ୍ରାମ ତୁଲ୍ୟ ଅଟେ । ସେହିପରି ପାହାଡପୁର, ବଡସନ୍ଦାଡୋ, ସାନସନ୍ଦାଡୋ, ପାଣିଛତ୍ର, ତୁଳିପଦା, ସାନସାହୁପଡା, କାଳିମେଘା ପଡା ପଞ୍ଚାୟତ ମୁଖ୍ୟାଳୟ ଠାରୁ ଅନତି ଦୂର ଓ ଗମନା ଗମନ ସମସ୍ୟା ଭିତରେ ରହିବା ସହିତ କାନେଇ ନାଳ, କେନାଲ, ଶାଖା ନାଳ, ଚାଷକ୍ଷେତ ଆଦି ପ୍ରାକୃତିକ ସମସ୍ୟା ମଧ୍ୟରେ ପରିବେଷ୍ଟିତ । ଭୌଗଳିକ ପରିସ୍ଥିତି, ପ୍ରାକୃତିକ ବାଧକ, ପରିସୀମା, କ୍ଷେତ୍ରଫଳ, ଲୋକସଂଖ୍ୟା, ଭୋଟର ସଂଖ୍ୟା ଦୃଷ୍ଟିରୁ ଏହି ଗ୍ରାମ ପଞ୍ଚାୟତ ପଞ୍ଚାୟତ ପୁର୍ନଗଠନ ପ୍ରକି୍ରୟାରେ ବିଭାଜନ ହୋଇ ଦୁଇ ଗୋଟି ଗ୍ରାମ ପଞ୍ଚାୟତ ହେବା ଯୋଗ୍ୟ ଅଟେ । ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋପୀନାଥ ଗ୍ରାମ ପଞ୍ଚାୟତର ମୋଟ ଭୋଟର ସଂଖ୍ୟା ୬୯୯୧ ଥିବା ବେଳେ ସେଥିମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୩୬୭୦ ଓ ମହିଳା ଭୋଟର ସଂଖ୍ୟା ୩୪୨୧ ରହିଥିଲା ।  ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳକୁ ମୋଟ ଜନସଂଖ୍ୟା ୧୨ହଜାରରୁ ଅଧିକ ଏବଂ ମୋଟ ଭୋଟର ସଂଖ୍ୟା ୮ ହଜାରରୁ ଅଧିକ ହେବା ସମ୍ଭାବନା ରହିଛି । ସେହି ଅନୁଯାୟୀ ୨୦୨୭ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁର୍ନଗଠନ ବେଳେ ଗୋପୀନାଥପୁର ଗ୍ରାମ ପଞ୍ଚାୟତର ୱାର୍ଡର ମୋଟ ଭୋଟର ସଂଖ୍ୟା ଅନୁସାରେ ସାହୁପଡା  ୱାର୍ଡ ନଂ ୪ ଓ ୬, ଗୋପୀନାଥପୁର ୱାର୍ଡ ନଂ ୧୩, ପାହାଡପୁର ୱାର୍ଡ ନଂ୧୭, ସାନସନ୍ଦାଡୋ ୱାର୍ଡ ନଂ ୧୬, ବଡସନ୍ଦାଡୋ ୱାର୍ଡ ନଂ ୧୪ ଓ ୧୫ ପୁର୍ନଗଠନରେ ବିଭାଜନ ହୋଇ ଗୋପୀନାଥପୁର ଗ୍ରାମ ପଞ୍ଚାୟତର ମୋଟ ୱାର୍ଡ ସଂଖ୍ୟା ୨୫ ଅତିକ୍ରମ କରିବା ସୁନିଶ୍ଚିତ । ଅପରପକ୍ଷେ ଯଦି ଆଗରପଡା ଏନ.ଏ.ସି ହୋଇ ଏବଂ ଗୋପୀନାଥପୁର ଗ୍ରାମ ପଞ୍ଚାୟତ କାଣ୍ଡବାର ୩ଟି ୱାର୍ଡ ଓ ଶ୍ରୀରାମପୁରର ୨ଟି ୱାର୍ଡ ସାମିଲ ହୁଏ, ତଥାପି ମୋଟ ଜନସଂଖ୍ୟା, ଭୋଟର ସଂଖ୍ୟା, ୱାର୍ଡସଂଖ୍ୟା, ଭୌଗଳିକସ୍ଥିତି, ପ୍ରାକୃତିକ ବାଧକ, ପରିସୀମା, କ୍ଷେତ୍ରଫଳ ଓ ଗମନା ଗମନ, ସାମୁହିକ ବିକାଶ ଓ ତୃଣମୂଳସ୍ତରରେ ଲୋକଙ୍କୁ ସରକାରୀ ଯୋଜନା ପହଞ୍ଚାଇବା ଓ ସେବା ଯୋଗାଇବା ପାଇଁ ଗୋପୀନାଥପୁର ଗ୍ରାମ ପଞ୍ଚାୟତକୁ ପଞ୍ଚାୟତ ପୁର୍ନଗଠନ ବେଳେ ବିଭାଜନ କରାଯାଇ ୨ ଗୋଟି ପଞ୍ଚାୟତ କରାଗଲେ ସାଧାରଣଲୋକେ ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ବୋଲି ଦାବୀ ହୋଇଛି ।     

(ଚାନ୍ଦିନୀ ମହାନ୍ତିଙ୍କ ରିପୋର୍ଟ)

Post Bottom Ad