ରଥ ବେହେରାଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 22 June 2025

ରଥ ବେହେରାଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

RATHA BEHERA NKA SHRADHA BARSHIK PALITA

ଭଦ୍ରକ (୨୨ ଜୁନ ୨୦୨୫) : ବନ୍ତ ବ୍ଲକ ଚାରିଗାଁ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ରଥ ବେହେରାଙ୍କ ୩ୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ସ୍ଥାନୀୟ ବନ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଶିକ୍ଷକ ପଞ୍ଚାନନ ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ନବକିଶୋର ପଣ୍ଡାଙ୍କ ଦ୍ୱାରା ମନ୍ତ୍ରପାଠ କରାଯାଇଥିଲ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ସ୍ୱର୍ଗତ ରଥ ବେହେରା ଖାଲି ନିଜ ଗ୍ରାମ ନୁହେଁ ଆଗରପଡା ଅଞ୍ଚଳର ଉନ୍ନତି ନେଇ ସଦାସର୍ବଦା ଚେଷ୍ଟିତ ଥିଲେ । ସେ ବିଇଡି ଓ ସିଟି କଲେଜ ସାଙ୍ଗକୁ ଆଗରପଡା ଷ୍ଟେଟ୍‌ ବ୍ୟାଙ୍କ, ଦମକଳ କେନ୍ଦ୍ର, ବରପଦା-ଆଗରପଡା ରାସ୍ତା, କୁଆଁସମଢିଆ-କାଉପୁର ରାସ୍ତା ସମେତ ନିଜ ଗ୍ରାମରେ ଆର୍ୟୁବେଦିକ ଡାକ୍ତରଖାନା ଓ ବନ୍ୟାଶ୍ରୟସ୍ଥଳୀ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଉଦ୍ୟମ ପ୍ରଶଂସନୀୟ ଥିଲା । ସେ ଯୁବାବସ୍ଥାରୁ ବିଶିଷ୍ଟ ଜନନାୟକ ଡ଼ଃ ହରେକୃଷ୍ଣ ମହତାବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜସ୍ୱ ଉଦ୍ୟମରେ ଚାରିଗାଁ ଭଳି ପଲ୍ଲୀ ଅଞ୍ଚଳରେ ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା କରାଇ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରି ପାରିଥିଲେ ବୋଲି ଶ୍ରୀ ସାମଲ କହିଥିଲେ । ଅନ୍ୟତମ ଅତିଥି  ଭାବେ ବିଶିଷ୍ଟ ସାହିତି୍ୟକ ଜଗନ୍ନାଥ ପାତ୍ର ଯୋଗ ଦେଇ ଆଗରପଡା ଅଞ୍ଚଳର ଗୋପବନ୍ଧୁ ଓ ଦରଦୀ ମଣିଷ ଥିଲେ ସ୍ୱର୍ଗତଃ ବେହେରା । ତାଙ୍କର କିର୍ତ୍ତୀକୁ ମନେ ପକାଇ ଆଗାମୀ ଦିନରେ ଅଞ୍ଚଳର ଉନ୍ନତିରେ କାର୍ଯ୍ୟ କଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶ୍ରମିକନେତା ତଥା ସମାଜସେବୀ ଷ୍ଟାଲିନ୍‌ ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶ୍ୟାମସୁନ୍ଦର ପଣ୍ଡା, ସାହିତି୍ୟକ ନାରାୟଣ ଚନ୍ଦ୍ର ଲେଙ୍କା, କୀର୍ତ୍ତନ ଚରଣ ନାୟକ, ସ୍ତମ୍ଭକାର ସୁବୋଧ କୁମାର ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ବନମାଳୀ ବେହେରା, ସମିତିସଭ୍ୟ ଧରଣୀଧର କର, ବରିଷ୍ଠ ନାଗରିକ ଗୋଲକ ପୃଷ୍ଟି, ସାମ୍ବାଦିକ ହେମନ୍ତ ସିଂହ,ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ପଣ୍ଡିତ ନବକିଶୋର ପଣ୍ଡା, ଶିକ୍ଷକ ରମାକାନ୍ତ ଜେନା, ସମାଜସେବୀ ସତ୍ୟ ନାରାୟଣ ପାକଳ, ଧୃବ ଚରଣ କର, ନୃସିଂହ କର ପ୍ରମୁଖ ଯୋଗ ଦେଇ ରଥ ସାର ଏକାଧାରରେ ଜଣେ ଅନୁଷ୍ଠାନ ପ୍ରେମୀ ଓ କଳା ସାହିତ୍ୟକୁ ଭଲ ପାଉଥିବା ମଣିଷ ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ର ଓ ପ୍ରତିମୂର୍ତ୍ତୀରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମିନତୀ ବେହେରା, ଚିନ୍ମୟ ବେହେରା,ଶିବପ୍ରସାଦ ସାହୁ, ମାଧବାନନ୍ଦ ବେହେରା ସହଯୋଗ କରିଥିଲେ । 

(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)

Post Bottom Ad