ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି, ଏନ୍ଆଇଟି ରାଉରକେଲା ସମସ୍ତ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଡିଜିଲକର୍ ସୁବିଧା ପ୍ରଦାନ କରିବ, ଯାହା ଦ୍ୱାରା ହାର୍ଡ଼ କପି ସହିତ ସେମାନଙ୍କର ଡିଜିଟାଲ୍ ଡିଗ୍ରୀ ସାର୍ଟିଫିକେଟ୍ ସହଜରେ ପୁନରୁଦ୍ଧାର କରାଯାଇପାରିବ ।
Ø ଲାଇଭ୍ ଇଭେଣ୍ଟ ଦେଖନ୍ତୁ – ଏନ୍ଆଇଟି ରାଉରକେଲା ୨୨ତମ ସମାବର୍ତ୍ତନ ସମାରୋହ
ରାଉରକେଲା, ୨୦ ଜୁନ ୨୦୨୫: ଜାତୀୟ ପ୍ରଯୁକ୍ତି
ପ୍ରତିଷ୍ଠାନ ରାଉରକେଲା (ଏନ୍ଆଇଟି ରାଉରକେଲା) ଆଜି,
୨୦
ଜୁନ୍ ୨୦୨୫ରେ ୨୦୬୫ ଛାତ୍ରଛାତ୍ରୀ (୪୫୭ ଜଣ ଛାତ୍ରୀ ଏବଂ ୧୬୦୮ ଜଣ ଛାତ୍ର)ଙ୍କ ଗ୍ରାଜୁଏଟିଂ
ଶ୍ରେଣୀ ସହିତ ଏହାର ୨୨ତମ ସମାବର୍ତ୍ତନ ସମାରୋହ ପାଳନ କରିଛି । ମହାନଦୀ କୋଲ୍ଫିଲ୍ଡସ୍
ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉଦୟ ଏ. କାଓଲେ
ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏନ୍ଆଇଟି ରାଉରକେଲାର ବୋର୍ଡ଼ ଅଫ୍
ଗଭର୍ଣ୍ଣର୍ସର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍. ଏନ୍. ସୁବ୍ରମଣ୍ୟମ ଭର୍ଚୁଆଲ୍ ମାଧ୍ୟମରେ ସମାବେଶକୁ
ସମ୍ବୋଧିତ କରିଥିଲେ ଏବଂ ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ
ନିର୍ଦ୍ଦେଶକଙ୍କ ରିପୋର୍ଟ ଉପସ୍ଥାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ସମାରୋହର ମୁଖ୍ୟ ଅତିଥି ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉଦୟ ଏ. କାଓଲେ କହିଛନ୍ତି, " ଏନ୍ଆଇଟି ରାଉରକେଲାରେ ଏହିପରି ଉଜ୍ଜ୍ୱଳ ଯୁବ ମନ ମଧ୍ୟରେ ରହିବା ଏକ ସମ୍ମାନର ବିଷୟ । ସ୍ୱପ୍ନରେ ପରିପୂର୍ଣ୍ଣ ଛାତ୍ରରୁ ଏକ ପ୍ରମୁଖ ସାର୍ବଜନୀନ ଉଦ୍ୟୋଗର ନେତୃତ୍ୱ ନେବା ପର୍ଯ୍ୟନ୍ତ ମୋର ନିଜ ଯାତ୍ରାକୁ ପ୍ରତିଫଳିତ କରିବା ସମୟରେ, ମୁଁ ତୁମ ପ୍ରତ୍ୟେକଙ୍କ ମଧ୍ୟରେ ସମାନ ସ୍ଫୁଲିଙ୍ଗ ଏବଂ ସମ୍ଭାବନା ଦେଖିପାରୁଛି । ଏହି ଦିନ ଏକ ନୂତନ, ଆହ୍ୱାନାତ୍ମକ ଅଧ୍ୟାୟର ଆରମ୍ଭ, ଯେଉଁଠାରେ ଦାୟିତ୍ୱ, ସାଧୁତା ଓ ଉଦ୍ଦେଶ୍ୟ ସହିତ ତୁମର ଜ୍ଞାନକୁ କାର୍ଯ୍ୟଦକ୍ଷତାରେ ପରିଣତ କରିବାକୁ ପଡ଼ିବ । ଶିକ୍ଷା ହେଉଛି ଜାତୀୟ ପ୍ରଗତିର ମୂଳଦୁଆ ଏବଂ ଏନ୍ଆଇଟି ରାଉରକେଲା ଭଳି ପ୍ରତିଷ୍ଠାନ ଏହି ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ପରିବର୍ତ୍ତନ ସହିତ ଖାପ ଖୁଆଇବା ଶିଖ, ନିଜ ମୂଲ୍ୟବୋଧରେ ସ୍ଥିର ରୁହ, ଏବଂ ସମାଜକୁ କିଛି ଫେରସ୍ତ ଦେବାକୁ ସର୍ବଦା ଚେଷ୍ଟା କର । ତୁମେ ଅସୀମ ସମ୍ଭାବନାର ଏକ ଦୁନିଆରେ ପାଦ ଦେଉଛ, ଏହାକୁ ମୂଲ୍ୟବାନ କର ।"
ଶିକ୍ଷାଗତ
ଉତ୍କର୍ଷତାକୁ ସମ୍ମାନିତ କରିବା ପାଇଁ, ପ୍ରତିଷ୍ଠାନ ତରଫରୁ
୨୦୨୪ ବର୍ଷର ଗ୍ରାଜୁଏଟିଂ ବ୍ୟାଚ୍ର ବ୍ରାଞ୍ଚ ଟପର୍ ଛାତ୍ରଛାତ୍ରୀମାନଙ୍କୁ ୮ଟି ପ୍ରତିଷ୍ଠାନ
ସ୍ୱର୍ଣ୍ଣ ପଦକ, ୬ଟି ଏଣ୍ଡାଉମେଣ୍ଟ
ସ୍ୱର୍ଣ୍ଣ ପଦକ, ୭ଟି ଏଣ୍ଡାଉମେଣ୍ଟ
ପୁରସ୍କାର ଏବଂ ୫୯ଟି ରୌପ୍ୟ ପଦକ ପ୍ରଦାନ କରାଯାଇଛି ।
ପ୍ରଦାନ କରାଯାଇଥିବା ଡିଗ୍ରୀଗୁଡ଼ିକ:
ବିଷୟ |
ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ |
ବ୍ୟାଚଲର୍ ଅଫ୍ ଟେକ୍ନୋଲୋଜି
(ବି.ଟେକ୍) |
୧୦୬୧
(୨୦୦ ଛାତ୍ରୀ ଓ ୮୬୧ ଛାତ୍ର) |
ବ୍ୟାଚଲର୍ ଅଫ୍ ଆର୍କିଟେକ୍ଚର୍ (ବି. ଆର୍କ୍) |
୨୧
(୮ ଛାତ୍ରୀ ଓ ୧୩ ଛାତ୍ର) |
ବି.ଟେକ୍ - ଏମ୍.ଟେକ୍ ଡୁଆଲ୍ ଡିଗ୍ରୀ |
୩୯
(୦୧ ଛାତ୍ରୀ ଓ ୩୮ ଛାତ୍ର) |
ଇଣ୍ଟିଗ୍ରେଟେଡ୍ ମାଷ୍ଟର୍ ଅଫ୍
ସାଇନ୍ସ (୫ ବର୍ଷ) |
୬୮
(୧୦ ଛାତ୍ରୀ ଓ ୫୮ ଛାତ୍ର) |
ମାଷ୍ଟର୍ ଅଫ୍ ସାଇନ୍ସ
(ଏମ୍.ଏସ୍ସି) |
୧୮୦
(୬୮ ଛାତ୍ରୀ ଓ ୧୧୨ ଛାତ୍ର) |
ମାଷ୍ଟର୍ ଅଫ୍ ଆର୍ଟସ୍ (ଏମ୍ଏ) |
୦୬
(୦୨ ଛାତ୍ରୀ ଓ ୦୪ ଛାତ୍ର) |
ମାଷ୍ଟର୍ ଅଫ୍ ବିଜିନେସ୍
ଆଡ଼ମିନିଷ୍ଟ୍ରେସନ (ଏମ୍ବିଏ) |
୪୩
(୨୦ ଛାତ୍ରୀ ଓ ୨୩ ଛାତ୍ର) |
ମାଷ୍ଟର୍ ଅଫ୍ ଟେକ୍ନୋଲୋଜି
(ଏମ୍.ଟେକ୍) |
୪୬୯
(୮୪ ଛାତ୍ରୀ ଓ ୩୮୫ ଛାତ୍ର) |
ମାଷ୍ଟର୍ ଅଫ୍ ଟେକ୍ନୋଲୋଜି
(ରିସର୍ଚ୍ଚ) |
୦୧
(୦୧ ଛାତ୍ରୀ ଓ ୦୦ ଛାତ୍ର) |
ଡକ୍ଟର୍ ଅଫ୍ ଫିଲୋସଫି
(ପିଏଚ୍.ଡି) |
୧୭୭
(୬୩ ଛାତ୍ରୀ ଓ ୧୧୪ ଛାତ୍ର) |
ସମୁଦାୟ
- ୨୦୬୫ |
ଏହି ପ୍ରତିଷ୍ଠାନର ବିଭିନ୍ନ ଷ୍ଟ୍ରିମ୍ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ବର୍ଷ ମୋଟ ୪୫୭ ଜଣ (ସମୁଦାୟ ଗ୍ରାଜୁଏଟିଂ ଛାତ୍ରଛାତ୍ରୀଙ୍କର ୨୨%ରୁ ଅଧିକ) ଛାତ୍ରୀ ଏନ୍ଆଇଟି ରାଉରକେଲାରୁ ଗ୍ରାଜୁଏଟ୍ ହାସଲ କରିଛନ୍ତି, ଯେଉଁଥିରେ ବ୍ୟଚଲର୍ ପ୍ରୋଗ୍ରାମର ୨୦୮ ଜଣ, ମାଷ୍ଟର୍ ପ୍ରୋଗ୍ରାମର ୧୮୬ ଜଣ ଏବଂ ପିଏଚ୍.ଡି. କାର୍ଯ୍ୟକ୍ରମରେ ୬୩ ଜଣ ସାମିଲ ଅଛନ୍ତି ।
ଭର୍ଚୁଆଲ୍ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବା ସମୟରେ ଏନ୍ଆଇଟି ରାଉରକେଲାର ବୋର୍ଡ଼ ଅଫ୍ ଗଭର୍ଣ୍ଣର୍ସ୍ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ୍. ଏନ୍. ସୁବ୍ରମଣ୍ୟମ ଗ୍ରାଜୁଏଟ୍ ଶ୍ରେଣୀକୁ ସମ୍ବୋଧିତ କହିଛନ୍ତି, "ଆମେ ଯୁବପିଢ଼ି, ନବସୃଜନ ଏବଂ ଅସୀମ ସମ୍ଭାବନା ଦ୍ୱାରା ପରିଭାଷିତ ଏକ ଯୁଗରେ ଅଛୁ । ଇଞ୍ଜିନିୟରମାନେ ଏକ ଦ୍ରୁତ ରୂପାନ୍ତରିତ ବିଶ୍ୱରେ ଗ୍ରାଜୁଏଟ୍ ହେବା ସମୟରେ, ଆପଣମାନେ ପରିବର୍ତ୍ତନର ସ୍ଥପତି ଅଟନ୍ତି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଦ୍ୱାରା ପରିଚାଳିତ ଡିଜିଟାଲ୍ ବିପ୍ଳବ, ଅପାର ସୁଯୋଗ ପ୍ରଦାନ କରେ ଏବଂ କାର୍ଯ୍ୟ ପାଇଁ ଆହ୍ୱାନ ଦେଉଛି । ଅନୁକୂଳନଶୀଳତା, ଜୀବନବ୍ୟାପୀ ଶିକ୍ଷା ଏବଂ ସଚ୍ଚୋଟତାକୁ ଆପଣଙ୍କର ମାର୍ଗଦର୍ଶକ ନୀତି ଭାବରେ ଗ୍ରହଣ କରନ୍ତୁ । ଆପଣଙ୍କର ସ୍ୱପ୍ନକୁ ସାହସୀ, ଆପଣଙ୍କର ମୂଲ୍ୟବୋଧକୁ ଅଟଳ ଏବଂ ଆପଣଙ୍କର ଅବଦାନକୁ ଅର୍ଥପୂର୍ଣ୍ଣ ହେବାକୁ ଦିଅନ୍ତୁ । ଆପଣଙ୍କର ଶିକ୍ଷା ପ୍ରଦାନକାରୀ ପ୍ରତିଷ୍ଠାନ ସର୍ବଦା ଆପଣଙ୍କ ଯାତ୍ରାରେ ଗର୍ବ କରିବ । ଆପଣ ଏହି ରୋମାଞ୍ଚକର ନୂତନ ଅଧ୍ୟାୟରେ ପାଦ ଦେବା ସମୟରେ, ମୁଁ ଆପଣଙ୍କୁ ମହାନ ସଫଳତା ତଥା ପରିପୂର୍ଣ୍ଣତା କାମନା କରୁଛି ।
ଏହି ବର୍ଷର ସମାବର୍ତ୍ତନ ସମାରୋହର ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ବିଭିନ୍ନ ଶିକ୍ଷାଗତ ପ୍ରୋଗ୍ରାମରୁ ୯୩ ଜଣ (୭୨ ଜଣ ଛାତ୍ର ଓ ୨୧ ଜଣ ଛାତ୍ରୀ) ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ । ଏମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ:
- ଆମେରିକାର ୪ ଜଣ ଛାତ୍ରଛାତ୍ରୀ
- ଆଫଗାନିସ୍ତାନର ୫ ଜଣ ଛାତ୍ରଛାତ୍ରୀ
- ଶ୍ରୀଲଙ୍କାର ୩ ଜଣ ଛାତ୍ରଛାତ୍ରୀ
- ଭୁଟାନର ୫ ଜଣ ଛାତ୍ରଛାତ୍ରୀ
- ବାଂଲାଦେଶର ୨୧ ଜଣ ଛାତ୍ରଛାତ୍ରୀ
- ନେପାଳର ୩୦ ଜଣ ଛାତ୍ରଛାତ୍ରୀ
- ଭାରତର ୨୫ ଜଣ ଅଣ-ଆବାସିକ ଭାରତୀୟ (ଏନ୍ଆର୍ଆଇ) ଛାତ୍ରଛାତ୍ରୀ
ନିର୍ଦ୍ଦେଶକଙ୍କ ରିପୋର୍ଟ ଉପସ୍ଥାପନ କରିବା ସହିତ, ଏନ୍ଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ କହିଛନ୍ତି, "ପ୍ରତିଷ୍ଠାନ ପକ୍ଷରୁ ମୁଁ ୨୦୨୪ ବର୍ଷର ଗ୍ରାଜୁଏଟିଂ ଶ୍ରେଣୀକୁ ସେମାନଙ୍କର ସମାବର୍ତ୍ତନ ସମାରୋହରେ ଅଭିନନ୍ଦନ ଜଣାଉଛି । ଭାରତର ଅଗ୍ରଣୀ ବୈଷୟିକ ପ୍ରତିଷ୍ଠାନ ମଧ୍ୟରୁ ଗୋଟିଏ ହୋଇଥିବାରୁ, ଏନ୍ଆଇଟି ରାଉରକେଲା ଦକ୍ଷ ବୃତ୍ତିଗତ ଓ ଦାୟିତ୍ୱବାନ ନାଗରିକମାନଙ୍କୁ ପୋଷଣ କରିବାରେ ଗର୍ବ ଅନୁଭବ କରେ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ବି.ଟେକ୍ ଏବଂ ଏକ ବର୍ଦ୍ଧିତ ଆନ୍ତର୍ଜାତୀୟ ଛାତ୍ର ସମ୍ପ୍ରଦାୟ ଭଳି ନୂତନ ଯୁଗର କାର୍ଯ୍ୟକ୍ରମ ପ୍ରଚଳନ କରି, ଆମେ ଆମର ଗ୍ରାଜୁଏଟ୍ମାନଙ୍କୁ ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱ ପରିଦୃଶ୍ୟରେ ଉନ୍ନତି ପାଇଁ ପ୍ରସ୍ତୁତ କରୁଛୁ ।"
ପ୍ରଫେସର ରାଓ ଆହୁରି କହିଛନ୍ତି, "ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସିଏସ୍ଏବି ୨୦୨୫ ଏବଂ ଡିଏଏସ୍ଏ ୨୦୨୫ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଆମେ ପୁଣି ଥରେ ଗୌରବାନ୍ୱିତ ମନେ କରୁଛୁ । ଏନ୍ଆଇଟି ରାଉରକେଲାର ଜାତୀୟ ଓ ବିଶ୍ୱସ୍ତରୀୟ ରାଙ୍କିଂ ବୃଦ୍ଧି ଆମର ବର୍ଦ୍ଧିତ ପ୍ରଭାବକୁ ପ୍ରତିଫଳିତ କରୁଛି, ଯେଉଁଥିରେ ଇଞ୍ଜିନିୟରିଂରେ ୧୯ତମ ସ୍ଥାନ ଏବଂ ଏସିଆ ମହାଦେଶସ୍ତରୀୟ ରାଙ୍କିଂରେ ଏନ୍ଆଇଟି ମଧ୍ୟରେ ୧ମ ସ୍ଥାନ ଅନ୍ତର୍ଭୁକ୍ତ । ଏନ୍ଆଇଟି ରାଉରକେଲା ହେଉଛି ସମଗ୍ର ଦେଶରେ ଏକମାତ୍ର ଏନ୍ଆଇଟି ଏବଂ ପୂର୍ବ ଭାରତର ଏକମାତ୍ର ପ୍ରତିଷ୍ଠାନ ଯାହାକୁ ପ୍ରତିଷ୍ଠିତ ଏଏନ୍ଆର୍ଏଫ୍ ପିଏଆଇଆର୍ କାର୍ଯ୍ୟକ୍ରମ ଅଧୀନରେ ହବ୍ ପ୍ରତିଷ୍ଠାନ ଭାବରେ ମନୋନୀତ କରାଯାଇଛି । ପେଟେଣ୍ଟ କ୍ଷେତ୍ରରେ, ଏନ୍ଆଇଟି ରାଉରକେଲା ୧୬୦ଟି ପ୍ରସ୍ତାବ ଦାଖଲ କରିଛି, ଯାହା ମଧ୍ୟରୁ ୨୦୨୪ ମସିହାରେ ୨୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।"
୨୦ଟି ଶିକ୍ଷାଗତ ବିଭାଗ ସହିତ, ଏନ୍ଆଇଟି ରାଉରକେଲା ଫୁଡ୍ ପ୍ରସେସିଂ, ଇଣ୍ଡଷ୍ଟ୍ରିଆଲ୍ ଡିଜାଇନ୍, ବାୟୋମେଡିକାଲ୍ ଇଞ୍ଜିନିୟରିଂ ଏବଂ ଲାଇଫ୍ ସାଇନ୍ସ ସମେତ ଅନ୍ୟାନ୍ୟ ମୁଖ୍ୟ ବିଷୟ ବ୍ୟତୀତ ବିଭିନ୍ନ ପ୍ରକାରର ଇଞ୍ଜିନିୟରିଂ ଡିଗ୍ରୀ ପ୍ରୋଗ୍ରାମ ପ୍ରଦାନ କରେ ।
୨ତମ ସମାବର୍ତ୍ତନ ସମାରୋହର ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା ଏନ୍ଆଇଟି ରାଉରକେଲାର ୪ ଜଣ ପୂର୍ବତନ ଛାତ୍ରଙ୍କୁ ଡିଷ୍ଟିଙ୍ଗୁଇଶ୍ଡ୍ ଆଲୁମିନି ଆୱାର୍ଡ଼ (ଡିଏଏ)-୨୦୨୪ ପୁରସ୍କାର ପ୍ରଦାନ । ଏଥିରେ ଅନ୍ତର୍ଭୁକ୍ତ –
- ଶିକ୍ଷା ଓ ଗବେଷଣା - ପ୍ରଫେସର୍ ସୁକୁମାର ମିଶ୍ର, ନିର୍ଦ୍ଦେଶକ, ଆଇଆଇଟି (ଆଇଏସ୍ଏମ୍)ଧାନବାଦ, ଝାଡ଼ଖଣ୍ଡ, ଭାରତ
- ଶିଳ୍ପ ଓ ପରିଚାଳନା - ଇଂ. ଅଶୋକ କୁମାର ବାସା, ପରିଚାଳନା ନିର୍ଦ୍ଦେଶକ, ସି.ଇ.ଏମ୍. ଇଞ୍ଜିନିୟରିଂ ଆଣ୍ଡ୍ କନ୍ସଲ୍ଟାଣ୍ଟ ପ୍ରାଇଭେଟ୍ ଲିମିଟେଡ୍
- ଉଦ୍ୟୋଗ ଓ ସାର୍ବଜନୀନ ଜୀବନ - ଇଂ. ଆର୍. ଏସ୍. ରାଘବନ୍, ପରିଚାଳନା ନିର୍ଦ୍ଦେଶକ, ପ୍ରୋମାନ ଇନ୍ଫ୍ରାଷ୍ଟ୍ରକ୍ଚର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍
- ପ୍ରତିଷ୍ଠାନର ଅଭିବୃଦ୍ଧିରେ ଅବଦାନ - ଡ. ଭରତେନ୍ଦୁ ଦେଓ, ହେଡ୍ ଅଫ୍ ଇଲେକ୍ଟ୍ରିକାଲ୍, କାତାରଗ୍ୟାସ୍ ନର୍ଥ ଫିଲ୍ଡ ଏକ୍ସପାନ୍ସନ ପ୍ରୋଜେକ୍ଟ
ଏନ୍ଆଇଟି
ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବର ଦାୟିତ୍ୱରେ ଥିବା ପ୍ରଫେସର ଶିବ ଶଙ୍କର ମହାପାତ୍ର
କହିଛନ୍ତି, "ଡିଜିଟାଲ ଇଣ୍ଡିଆର
ଦୃଷ୍ଟିକୋଣ ସହିତ ସମନ୍ୱୟ ରଖି, ହାର୍ଡ଼ କପି ବ୍ୟତୀତ,
ଏନ୍ଆଇଟି
ରାଉରକେଲା ଗ୍ରାଜୁଏଟିଂ ଛାତ୍ରଛାତ୍ରୀଙ୍କ ଡିଗ୍ରୀ ସାର୍ଟିଫିକେଟ୍ ଓ ଟ୍ରାନ୍ସକ୍ରିପ୍ଟଗୁଡ଼ିକୁ ଡିଜିଲକର୍ରେ
ଅପଲୋଡ଼ କରିବ । ଏହି ସୁବିଧା ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାର୍ଟିଫିକେଟ୍କୁ ଏକ
ଡିଜିଟାଲ୍ ୱାଲେଟ୍ରେ ରଖିବାରେ ସାହାଯ୍ୟ କରିବ ଏବଂ ଏହା ପ୍ରିଣ୍ଟ କପିର ପ୍ରଶାସନିକ ଜଟିଳତାରୁ
ମୁକ୍ତ କରିବ ।"