ତୀବ୍ର ଗ୍ରୀଷ୍ମ ପ୍ରବାହ: ରାଜ୍ୟରେ ଆଗୁଆ ଖରାଛୁଟି ଘୋଷଣା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 24 April 2026

ତୀବ୍ର ଗ୍ରୀଷ୍ମ ପ୍ରବାହ: ରାଜ୍ୟରେ ଆଗୁଆ ଖରାଛୁଟି ଘୋଷଣା

Odisha Announces Early Summer Vacation for Schools Amid Heatwave

ଭୁବନେଶ୍ୱର (୨୪ ଅପ୍ରେଲ ୨୦୨୬): ରାଜ୍ୟରେ ଚାଲିଥିବା ତୀବ୍ର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ପାଇଁ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ।

ପିଲାମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମ୍ୟ ଦେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଛୁଟି ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ।

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଅପ୍ରେଲ ୨୭ ତାରିଖରୁ ଓଡ଼ିଶାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ । ତେବେ, ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା ସମ୍ପର୍କିତ କାମ ଓ ଅନ୍ୟାନ୍ୟ କାର୍ଯ୍ୟ ପୂର୍ବବତ ଚାଲୁ ରହିବ ବୋଲି ସୂଚନା ମିଳିଛି ।

ତୀବ୍ର ତାପମାତ୍ରା ଓ ଲମ୍ବା ସମୟ ଧରି ଚାଲିଥିବା ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦେଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

Post Bottom Ad