ଭଦ୍ରକ (୨ ମଇ ୨୦୨୬): ବରିଷ୍ଟ ଓଡ଼ିଆ କବୀ ଡ. ପ୍ରଭାତ ନଳିନୀ ମହାପାତ୍ରଙ୍କ ହୃଦ୍ଘାତରେ ଅକାଳ ବିୟୋଗ । ଗତକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭଦ୍ରକ ସ୍ଥିତ ସାଇ ମନ୍ଦିରରେ ପ୍ରାର୍ଥନା କରୁଥିବାବେଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ, ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାଇଥିଲା ।
ଡ. ମହାପାତ୍ର ଜଣେ ଲୋକପ୍ରିୟ ଓଡ଼ିଆ କବି ଥିଲେ, ଯାହାର ପାଖାପାଖି ୧୦ଟି କବିତା ସଂକଳନ ପ୍ରକାଶିତ ହୋଇଥିଲା ଏବଂ ଗୋଟିଏ ବହି ଡ. ସଂଘମିତ୍ରା ରାଏଗୁରୁଙ୍କ ଦ୍ୱାରା ହିନ୍ଦୀରେ ମଧ୍ୟ ଅନୁବାଦ କରାଯାଇଥିଲା । ଜଣେ ଅଧ୍ୟାପିକା ଭାବରେ ସେ ଅବସର ଗ୍ରହଣ କରିଥିଲେ । ତାଙ୍କର ଏହି ଦୁଃଖଦ ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା ସୃଷ୍ଟି କରିଛି ।
