ଅବସର ସାହିତ୍ୟ ପତ୍ରିକା ଦ୍ୱାରା ୨୧ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 17 April 2026

ଅବସର ସାହିତ୍ୟ ପତ୍ରିକା ଦ୍ୱାରା ୨୧ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

21st State-Level Bisuba Milan and Felicitation Ceremony Organised by Abasara Literary Magazine

ବାସୁଦେବପୁର, (୧୪ ଅପ୍ରେଲ ୨୦୨୬): ବାସୁଦେବପୁର ଅଟଳ ବିହାରୀ କଲେଜ ପରିସରରେ 'ଅବସର ସାହିତ୍ୟ ପତ୍ରିକା' ପକ୍ଷରୁ ୨୧ ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ପ୍ରାଧ୍ୟାପକ ଡ. ବିଶ୍ଵରଞ୍ଜନ ଦାସ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଭାଷାବିତ ତଥା ସମାଲୋଚକ ପ୍ରଫେସର ଡ. ନଟବର ଶତପଥୀ, ମୁଖ୍ୟ ବକ୍ତା ଭାବେ ଡ. କାଳୀପଦ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଡ. ରାଜେନ୍ଦ୍ର ବେହେରା ଏବଂ ସମ୍ମାନୀତ ବକ୍ତା ଭାବେ ଡ. ଅଭୟ କୁମାର ଦାସ ଯୋଗଦେଥିଲେ ।


୩୫ ବର୍ଷରେ ପଦାର୍ପଣ କରିଥିବା ବାସୁଦେବପୁର ବ୍ଲକ୍‌ର ସର୍ବବୃହତ ଅବସର ସାହିତ୍ୟ ପତ୍ରିକା ଆନୁକୂଲ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସର ସାରସ୍ଵତ ପ୍ରତିଭା ସମ୍ମାନରେ ଡ. ଅଭୟ କୁମାର ଦାସଙ୍କୁ, ଅବସର କବିତା ସମ୍ମାନରେ ସୁରଞ୍ଜନ ପାତ୍ରଙ୍କୁ, ଅବସର ଯୁବ ପ୍ରତିଭା ସମ୍ମାନରେ କ୍ଷୀରୋଦ ବିହାରୀ ବିଶ୍ଵାଳଙ୍କୁ, ବନମାଳୀ ବାରିକ ସ୍ମୃତି ସମ୍ମାନରେ ଯାମିନୀକାନ୍ତ ପାଢ଼ୀଙ୍କୁ ସମ୍ମାନିତ କରିବା ସ୍ୱରୂପ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ନ୍ଧିତ କରାଯାଇଥିଲା ।


ଏହି ସଭାର ପ୍ରଥମ ଅଧିବେଶନରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଅବସର ପତ୍ରିକାର ସମ୍ପାଦକ ପାର୍ଥସାରଥି ବାରିକ ଏବଂ ଧନେଶ୍ଵର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସ୍ତରୀୟ ବିଷୁବ ମିଳନ-୨୦୨୬ର ଅପରାହ୍ଣରେ ଆୟୋଜିତ ବିଷୁବ କବିତା ଆସରରେ ଏ.ବି. କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୂର୍ଯ୍ୟମଣୀ ଶତପଥି, ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷା ସ୍ନିଗ୍ଧା ମହାନ୍ତି, କମଳାକାନ୍ତ କର ଉଦ‌ବୋଧନ ଦେଇଥିଲେ । ଶିକ୍ଷକ ଗୟାଧର ଦାସ କବିତା ସଂଯୋଜନା କରିଥିଲେ । ଆମନ୍ତ୍ରିତ କବିମାନେ ସ୍ଵରଚିତ କବିତାମାନ ପାଠ କରିଥିଲେ ଏବଂ କୁନିକୁନି ପିଲମାନଙ୍କ ଦ୍ୱାରା ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା ।

Post Bottom Ad