ଭଦ୍ରକ (୧୮ ଜୁନ ୨୦୨୫) : ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମର ସ୍ୱର୍ଗତ ଦୀନବନ୍ଧୁ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ଦେବାଶିଷ ମହାପାତ୍ର ଓ ପୁତ୍ରବଧୁ ସସ୍ମିତା ମହାପାତ୍ରଙ୍କ କନିଷ୍ଠ କନ୍ୟା ପ୍ରକୃତି ମହାପାତ୍ର ସିବିଏସଇ ଦ୍ୱାଦଶ ପରୀକ୍ଷାରେ ୯୭.୨ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହେବା ସହ ପ୍ରଥମ ଥରରେ ନିଟ୍ ୟୁଜି ପରୀକ୍ଷାରେ ସର୍ବଭାରତୀୟ ରେଙ୍କ ୫୪୦୧ ରଖି ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ସେ କଟକ ଏସ.ସି.ବି ମେଡିକାଲ କଲେଜରେ ଅଧ୍ୟୟନ କରି ଭବିଷ୍ୟତରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ହେବାକୁ ଆଶା ରଖିଛନ୍ତି । ଏହି ସଫଳତା ସେ ତାଙ୍କ ବଡ ଭଉଣୀ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି ମେଡିକାଲ କଲେଜର ଇଷ୍ଟର୍ଣ୍ଣ ଡାକ୍ତର ପ୍ରାଚୁର୍ଯ୍ୟା ମହାପାତ୍ରଙ୍କ ପ୍ରେରଣାରେ ହାସଲ କରିଛନ୍ତି ବୋଲି କହିଛନ୍ତି । ତାଙ୍କର ଏହି ସଫଳତା ନେଇ ସମଗ୍ର ବ୍ଲକବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।
(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)