ଆସନ୍ତା ୨୦ ଜୁନରେ ଏନ୍‌ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ପାଳନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Wednesday, 18 June 2025

ଆସନ୍ତା ୨୦ ଜୁନରେ ଏନ୍‌ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ପାଳନ

NIT Rourkela to Celebrate 22nd Convocation on 20th June 2025

ରାଉରକେଲା, ୧୮ ଜୁନ ୨୦୨୫: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲା (ଏନ୍‌ଆଇଟି ରାଉରକେଲା) ଆସନ୍ତା ଜୁନ୍ ୨୦ ତାରିଖ, ଶୁକ୍ରବାର ଦିନ ଏହାର ୨୨ତମ ସମାବର୍ତ୍ତନ ଉତ୍ସବ ପାଳନ କରିବାକୁ ଯାଉଛି । ୧୮ ଜୁନ ୨୦୨୫ରେ, ଏନ୍‌ଆଇଟି ରାଉରକେଲା ଠାରେ ଅନୁଷ୍ଠିତ ପ୍ରେସ୍ କନ୍‌ଫରେନ୍ସରେ, ପ୍ରତିଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ୱର ରାଓ ସୂଚନା ଦେଇଛନ୍ତି ଯେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉଦୟ ଏ. କାଓଲେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଏହା ବ୍ୟତୀତ,  ଲାର୍ସନ ଆଣ୍ଡ ଟବ୍ରୋର (ଏଲ୍ ଏଣ୍ଡ ଟି) ସିଏମଡି ତଥା ଏନ୍‌ଆଇଟି ରାଉରକେଲାର ବୋର୍ଡ଼ ଅଫ୍ ଗଭର୍ଣ୍ଣରସ୍‌ର ଅଧକ୍ଷ ଶ୍ରୀଯୁକ୍ତ ଏସ୍. ଏନ୍. ସୁବ୍ରମଣ୍ୟମ ଭର୍ଚୁଆଲ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରିବେ ।

ଶିକ୍ଷାଗତ ଉତ୍କର୍ଷତାକୁ ସମ୍ମାନ ଜଣାଇବା ପାଇଁ, ପ୍ରତିଷ୍ଠାନ ୨୦୨୪ ବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ୮ଟି ପ୍ରତିଷ୍ଠାନ ସ୍ୱର୍ଣ୍ଣ ପଦକ, ୬ଟି ଏଣ୍ଡାଉମେଣ୍ଟ ସ୍ୱର୍ଣ୍ଣ ପଦକ, ୭ଟି ଏଣ୍ଡାଉମେଣ୍ଟ ପୁରସ୍କାର ଏବଂ ୫୯ଟି ରୌପ୍ୟ ପଦକ ପ୍ରଦାନ କରିବ । ଏହା ସହିତ, ଏନ୍‌ଆଇଟି ରାଉରକେଲା ଏହାର ବିଶିଷ୍ଟ ପୂର୍ବତନ ଛାତ୍ରମାନଙ୍କୁ ସ୍ୱୀକୃତି ଦେବ, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି ଏବଂ ସମାଜ ଉପରେ ଏକ ବ୍ୟାପକ ପ୍ରଭାବ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ସମ୍ମାନିତ ହେବାକୁ ଥିବା ଡିଷ୍ଟିଙ୍ଗୁଇଶ୍‌ଡ୍ ଆଲୁମିନି ଆୱାର୍ଡ଼ (ଡିଏଏ)-୨୦୨୪ର ପ୍ରାପ୍ତକର୍ତ୍ତାଙ୍କ ମଧ୍ୟରେ ଅଛନ୍ତି:

 ·         ବର୍ଗ - ଶିକ୍ଷା ଗବେଷଣା

ପ୍ରଫେସର୍. ସୁକୁମାର ମିଶ୍ର

୧୯୯୨, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ୨୦୦୦, ପିଏଚ୍.ଡି. (ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ)

ନିର୍ଦ୍ଦେଶକ, ଆଇଆଇଟି (ଆଇଏସ୍‌ଏମ୍)ଧାନବାଦ, ଝାଡ଼ଖଣ୍ଡ, ଭାରତ

 ·         ବର୍ଗ - ଶିଳ୍ପ ପରିଚାଳନା

ଇଂ. ଅଶୋକ କୁମାର ବାସା

୧୯୮୦, ବି. ଏସ୍‌ସି. ଇଞ୍ଜିନିୟରିଂ. (ସିଭିଲ୍ ଇଞ୍ଜିନିୟରିଂ)

ପରିଚାଳନା ନିର୍ଦ୍ଦେଶକ, ସି..ଏମ୍. ଇଞ୍ଜିନିୟରିଂ ଆଣ୍ଡ୍ କନ୍‌ସଲ୍‌ଟାଣ୍ଟ ପ୍ରାଇଭେଟ୍ ଲିମିଟେଡ୍

 ·         ବର୍ଗ - ଉଦ୍ୟୋଗ ସାର୍ବଜନୀନ ଜୀବନ

ଇଂ. ଆର୍. ଏସ୍. ରାଘବନ୍

୧୯୮୮, ବି. ଏସ୍‌ସି. ଇଞ୍ଜିନିୟରିଂ. (ମାଇନିଂ ଇଞ୍ଜିନିୟରିଂ)

ପରିଚାଳନା ନିର୍ଦ୍ଦେଶକ, ପ୍ରୋମାନ ଇନ୍‌ଫ୍ରାଷ୍ଟ୍ରକ୍ଚର୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ

 ·         ବର୍ଗ - ପ୍ରତିଷ୍ଠାନର ଅଭିବୃଦ୍ଧିରେ ଅବଦାନ

. ଭରତେନ୍ଦୁ ଦେଓ

୧୯୮୫ , ବି. ଏସ୍‌ସି. ଇଞ୍ଜିନିୟରିଂ. (ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ)

ହେଡ୍ ଅଫ୍ ଇଲେକ୍ଟ୍ରିକାଲ୍, କାତାରଗ୍ୟାସ୍ ନର୍ଥ ଫିଲ୍ଡ ଏକ୍ସପାନ୍ସନ ପ୍ରୋଜେକ୍ଟ

ପ୍ରେସ୍ ବ୍ରିଫିଂ ସମୟରେ, ଏନ୍‌ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବର ଦାୟିତ୍ୱରେ ଥିବା ପ୍ରଫେସର ଶିବ ଶଙ୍କର ମହାପାତ୍ର କହିଛନ୍ତି, "ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନେ ସେମାନଙ୍କର ଡିଗ୍ରୀ ସହଜରେ ପାଇବା ପାଇଁ, ଏନ୍‌ଆଇଟି ରାଉରକେଲା ସମସ୍ତ ବିଦ୍ୟାର୍ଥୀଙ୍କୁ ଡିଜିଲକର୍ ସୁବିଧା ପ୍ରଦାନ କରିବ ।"

ପ୍ରଦାନ କରିବାକୁ ଥିବା ଡିଗ୍ରୀ:

ବିଷୟ

ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ

ବ୍ୟାଚଲର୍ ଅଫ୍ ଟେକ୍ନୋଲୋଜି (ବି.ଟେକ୍)

୧୦୬୧ (୨୦୦ ଛାତ୍ରୀ ୮୬୧ ଛାତ୍ର)

ବ୍ୟାଚଲର୍ ଅଫ୍ ଆର୍କିଟେକ୍‌ଚର୍ (ବି. ଆର୍କ୍)

୨୧ ( ଛାତ୍ରୀ ୧୩ ଛାତ୍ର)

ବି.ଟେକ୍ - ଏମ୍.ଟେକ୍ ଡୁଆଲ୍ ଡିଗ୍ରୀ

୩୯ (୦୧ ଛାତ୍ରୀ ୩୮ ଛାତ୍ର)

ଇଣ୍ଟିଗ୍ରେଟେଡ୍ ମାଷ୍ଟର୍ ଅଫ୍ ସାଇନ୍ସ (୫ ବର୍ଷ)

୬୮ (୧୦ ଛାତ୍ରୀ ୫୮ ଛାତ୍ର)

ମାଷ୍ଟର୍ ଅଫ୍ ସାଇନ୍ସ (ଏମ୍.ଏସ୍‌ସି)

୧୮୦ (୬୮ ଛାତ୍ରୀ ୧୧୨ ଛାତ୍ର)

ମାଷ୍ଟର୍ ଅଫ୍ ଆର୍ଟସ୍ (ଏମ୍‌ଏ)

୦୬ (୦୨ ଛାତ୍ରୀ ୦୪ ଛାତ୍ର)

ମାଷ୍ଟର୍ ଅଫ୍ ବିଜିନେସ୍ ଆଡ଼ମିନିଷ୍ଟ୍ରେସନ (ଏମ୍‌ବିଏ)

୪୩ (୨୦ ଛାତ୍ରୀ ୨୩ ଛାତ୍ର)

ମାଷ୍ଟର୍ ଅଫ୍ ଟେକ୍ନୋଲୋଜି (ଏମ୍.ଟେକ୍)

୪୬୯ (୮୪ ଛାତ୍ରୀ ୩୮୫ ଛାତ୍ର)

ମାଷ୍ଟର୍ ଅଫ୍ ଟେକ୍ନୋଲୋଜି (ରିସର୍ଚ୍ଚ)

୦୧ (୦୧ ଛାତ୍ରୀ ୦୦ ଛାତ୍ର)

ଡକ୍ଟର୍ ଅଫ୍ ଫିଲୋସଫି (ପିଏଚ୍.ଡି)

୧୭୭ (୬୩ ଛାତ୍ରୀ ୧୧୪ ଛାତ୍ର)

ସମୁଦାୟ - ୨୦୬୫

ଏହି ବର୍ଷର ସମାବର୍ତ୍ତନ ଉତ୍ସବର ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ୯୩ ଜଣ ଆନ୍ତର୍ଜାତୀୟ ଛାତ୍ରଙ୍କ ଗ୍ରାଜୁଏଟିଂ ବ୍ୟାଚ୍ । ସେମାନଙ୍କ ମଧ୍ୟରେ ୭୨ ଜଣ ଛାତ୍ର ଏବଂ ୨୧ ଜଣ ଛାତ୍ରୀ, ଯେଉଁମାନେ ସାତଟି ଦେଶର ଏକ ବିବିଧ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଛନ୍ତି । ଏଥିରେ ଆମେରିକାର ୪ ଜଣ, ଆଫଗାନିସ୍ତାନର ୫ ଜଣ, ଶ୍ରୀଲଙ୍କାର ୩ ଜଣ, ଭୁଟାନର ୫ ଜଣ, ବାଂଲାଦେଶର ୨୧ ଜଣ, ନେପାଳର ୩୦ ଜଣ ଏବଂ ଭାରତର ୨୫ ଜଣ ଅଣ-ଆବାସିକ ଭାରତୀୟ (ଏନ୍‌ଆର୍‌ଆଇ) ବିଦ୍ୟାର୍ଥୀ ଅନ୍ତର୍ଭୁକ୍ତ ।

ଏକାଡେମିକ୍ ଡିନ୍ ପ୍ରଫେସର ଆର.ସି. ପ୍ରଧାନଙ୍କ ଧନ୍ୟବାଦ ଅର୍ପଣ ସହିତ ପ୍ରେସ୍ ମିଟ୍ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଅଧ୍ୟକ୍ଷ ପ୍ରଫେସର ଶିଶିର କୁମାର ସାହୁଙ୍କ ନେତୃତ୍ୱରେ ଏନ୍‌ଆଇଟି ରାଉରକେଲାର ପ୍ରେସ୍ ଆଣ୍ଡ୍ ପବ୍ଲିକ୍ ରିଲେସନ୍ କମିଟି (ପିପିଆର୍‌ସି) ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।

Post Bottom Ad