ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟରେ ବାଇକ୍ ଦୁର୍ଘଟଣା: ୨ ଗୁରୁତର - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 5 June 2025

ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟରେ ବାଇକ୍ ଦୁର୍ଘଟଣା: ୨ ଗୁରୁତର

Bike Accident at Khaman Bridge Turning Point Leaves Two Critically Injured


ଭଦ୍ରକ (୪ ଜୁନ ୨୦୨୫): ଭଦ୍ରକ ଜିଲ୍ଲାର ବନ୍ତ–ବାରିକପୁର ରାସ୍ତାର ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟ ଠାରେ ବାଇକ୍ ଦୁର୍ଘଟଣା ଘଟି ୨ ଜଣ ଯୁବକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଆଜି ଦିନ ପ୍ରାୟ ୨ଟା ବେଳେ ଦୁଇ ଜଣ ଯୁବକ ଏକ ସ୍କୁଟି ଯୋଗେ ନିଳୋକ ପାର୍ଶ୍ଵରୁ ବନ୍ତ ଅଭିମୁଖେ ଯାଉଥିଲେ । ଖମଣ ପୋଲ ଟର୍ଣ୍ଣିଂ ପଏଣ୍ଟ ଠାରେ ଭାରସାମ୍ୟ ହରାଇ ସ୍କୁଟିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଚାଳକ ଓ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅନ୍ୟ ଏକ ଗାଡ଼ି ଯୋଗେ ସେମାନଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା ।

ପ୍ରକାଶ ଥାଉକି, ଉକ୍ତ ଟର୍ଣ୍ଣିଂ ପଏଣ୍ଟ ଠାରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଜୀବନ ହାନି ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଫଳକ କିମ୍ବା ହମ୍ସର ବ୍ୟବସ୍ଥା କରାଯାଉନାହିଁ । ଫଳରେ ଏହି ସ୍ଥାନରେ ବାମମ୍ବାର ଦୁର୍ଘଟଣା ଘଟୁଛି ବୋଲି ସ୍ଥାନ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଗତ ୨ ମାସ ତଳେ ଏହି ଟର୍ଣ୍ଣିଂ ପଏଣ୍ଟକୁ ସିଧା କରାଯିବା ପାଇଁ ପୂର୍ଭ ପୂର୍ଭ ବିଭାଗ ପକ୍ଷରୁ ରାସ୍ତାକୁ ପ୍ରଶସ୍ତିକରଣ କରାଯିବା ନେଇ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ଏବେ ଅଧପନ୍ତରିଆ ହୋଇ ପଡ଼ିରହିଛି । ଏଥିପ୍ରତି ଠିକାଦାର କିମ୍ବା ବିଭାଗୀୟ ଅଧିକାରୀଙ୍କର ଭୃକ୍ଷେପ ନ ନଥିବା ଜଣାଯାଇଛି ।

(ରିପୋର୍ଟ: ଚାନ୍ଦିନୀ ମହାନ୍ତି)


Post Bottom Ad