ବନ୍ତ (୫ ଅପ୍ରେଲ ୨୦୨୫): ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ଉଚ୍ଚ ବିଦ୍ୟାଳୟର ୨୦୧୦ ମସିହାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗତ ଶୁକ୍ରବାର ଦିନ ନିଳୋକ ଜଗନ୍ନାଥ ମନ୍ଦିର ନିକଟସ୍ଥ ପଡ଼ିଆରେ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ତଥା ଜିଲ୍ଲା ତଥା ରାଜ୍ୟ ବାହାରେ ରହୁଥିବା ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ଏହି ବନ୍ଧୁମିଳନ ପର୍ବର ଗୁରୁ ଦ୍ୱାୟିତ ଗ୍ରହଣ କରିଥିଲେ ସାଗର ସାହୁ, ରାଜେଶ କୁମାର ନାୟକ ଓ ସ୍ମୃତି ରଞ୍ଜନ ଦାଶ । ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜନ୍ମେଜୟ ପଣ୍ଡା, ଅନୀଲ କୁମାର ଲେଙ୍କା, ହିମାଂଶୁ ବାରିକ, ଚନ୍ଦନ କୁମାର ବାରିକ, ମୋନାଲିସା ମିଶ୍ର, ଅଭିଲିପ୍ସା ମିଶ୍ର, ଶ୍ରୀକାନ୍ତ ବାରିକ, ଦୀପ୍ତିମୟୀ ପ୍ରଧାନ, ଗୀତାଞ୍ଜଳୀ ଜେନା, ପ୍ରତିମା ନାୟକ, ସରସ୍ୱତୀ ନାୟକ, ପୁଷ୍ପଲତା ସେଠୀ, ଶ୍ରୀକାନ୍ତ ବେହେରା, ସମ୍ବିତ ରାଉତ, ବିଶ୍ୱନାଥ ଯେନା, ଭଗବାନ ଯେନା, ସୁବ୍ରତ ସାହୁ ଓ ସଂଗ୍ରାମ କେଶରୀ ସେନାପତି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ସଭାରେ ପୁରୁଣା ସ୍ମୃତିକୁ ମନେପକାଇ ଛାତ୍ରଛାତ୍ରୀମାନେ ଭାବବିହ୍ୱଳ ହୋଇଯାଇଥିଲେ ଏବଂ ଭବିଷ୍ୟତରେ ଏମିତି ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହେବା ବୋଲି ଆଶା ପ୍ରକଟ କରିଥିଲେ । ଏତଦ୍ ବ୍ୟତୀତ, ଭିଡିଓ କଲ୍ ଜରିଆରେ ଲିପିନା ସାହୁ ଓ ରଶ୍ମିତା ଜେନା ପ୍ରମୁଖ ଯୋଗ ଦେଇଥିଲେ ।