ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସମ୍ପାଦକଙ୍କ ବିୟୋଗରେ ଶୋକସଭା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 11 January 2025

ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସମ୍ପାଦକଙ୍କ ବିୟୋଗରେ ଶୋକସଭା

Nikhil Utkal Sanskrit Mahamandala Mourns the Untimely Demise of its General Secretary

ଭଦ୍ରକ (୧୧ ଜାନୁଆରୀ ୨୦୨୪): ଆଜି ଭଦ୍ରକ ପୁରୁଣା ବଜାର ସ୍ଥିତ ଦାମୋଦର ସଂସ୍କୃତ ବିଦ୍ୟାଳୟ ପରିସରରେ ଭଦ୍ରକ ସଂସ୍କୃତ ମଣ୍ଡଳ ଦ୍ୱାରା ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ଦିବଂଗତ ସାଧାରଣ ସମ୍ପାଦକ ଡ. ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଅକାଳ ବିୟୋଗରେ ଶୋକସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଭଦ୍ରକ ସଂସ୍କୃତ ମଣ୍ଡଳର ସଭାପତି ଅଭିମନ୍ୟୁ ସେନାପତି । ଏହି ସଭାରେ ଦାମୋଦର ମହାବିଦ୍ୟାଳୟ ଉପଶାସ୍ତ୍ରୀର ଅଧକ୍ଷ ଡ. ପ୍ରମୋଦ କୁମାର ନାୟକ, ଅବସରପ୍ରାପ୍ତ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ସମ୍ପାଦକ ସତ୍ୟନାରାୟଣ ପାଢ଼ୀ, ଦାମୋଦର ଟୋଲ୍‌ର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ପାଣିଗ୍ରାହୀ ଆଦି ଦିବଂଗତ ବ୍ୟକ୍ତିତ୍ୱଙ୍କ ଉଦ୍ଦେଶ୍ୟରେ ସମ୍ଭାଷଣ ପ୍ରଦାନ କରିଥିଲେ ।


ଭଦ୍ରକ ମଣ୍ଡଳର ଅନ୍ୟତମ ସଦସ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ନାୟକ, ବିନୟ କୁମାର ଦାସ, ମଞ୍ଜୁଲତା ମହାପାତ୍ର, ଗୌରାଙ୍ଗ ଚରଣ ଦାସ, ଯଶୋବନ୍ତ ମିଶ୍ର ଆଦି ସଭାରେ ଯୋଗ ଦେଇଥିଲେ । ସଂସ୍କୃତ ମହାବିଦ୍ୟାଳୟ ଶାସ୍ତ୍ରୀର ଅଧକ୍ଷ ଡ. ନିତ୍ୟାନନ୍ଦ ମିଶ୍ର, ଅଧ୍ୟାପକ ଶୁକଦେବ ପଣ୍ଡା, ଚିତ୍ତରଞ୍ଜନ ଦାସ, ରଘୁନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସଭା ପରିଚାଳନାରେ ସହଯୋଗ କରିଥିଲେ ସଂଗ୍ରାମ କେଶରୀ ସେନାପତି ।


Post Bottom Ad