ସୋଆରେ ପିଏମ୍‌କେଭିୱାଇ ୮ମ ବ୍ୟାଚ ଶିକ୍ଷାନବୀସଙ୍କୁ ପ୍ରମାଣପତ୍ର ପ୍ରଦାନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 14 January 2025

ସୋଆରେ ପିଏମ୍‌କେଭିୱାଇ ୮ମ ବ୍ୟାଚ ଶିକ୍ଷାନବୀସଙ୍କୁ ପ୍ରମାଣପତ୍ର ପ୍ରଦାନ

ସୋଆରେ ପିଏମ୍‌କେଭିୱାଇ ୮ମ ବ୍ୟାଚ ଶିକ୍ଷାନବୀସଙ୍କୁ ପ୍ରମାଣପତ୍ର ପ୍ରଦାନ

ଭୁବନେଶ୍ୱର, ୧୩ ଜାନୁଆରୀ ୨୦୨୫: ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ବିଏମ୍‌କେଭିୱାଇ) ଅଧୀନରେ ସୋଆ ବିଶ୍ୱବିଦ୍ୟାଳୟ ଠାରେ ଦକ୍ଷତା ବିକାଶ ନିମନ୍ତେ ତାଲିମ ପାଇଥିବା ଶିକ୍ଷାନବୀସ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି ।

ଏକ ବିଶେଷ ଉତ୍ସବରେ ତାଲିମ ଗ୍ରହଣ କରିଥିବା ୮ମ ବ୍ୟାଚର ଶିକ୍ଷାନବୀସ ମାନଙ୍କୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରମାଣପତ୍ର ପ୍ରଦାନ କରିଥିଲେ । 

ଏହି ଅବସରରେ ପ୍ରଫେସର ନନ୍ଦ ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ଶିଳ୍ପ ନିମନ୍ତେ ପ୍ରସ୍ତୁତ କରାଯାଇପାରୁଛି ବୋଲି କହି ସୋଆ ବୌଷୟିକ ଶିକ୍ଷା ଓ ଶିଳ୍ପ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍ଚ‍ରାଲ୍‌ ସାଇନ୍‌ସେସ୍‌ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ସ୍କିଲ ହବ୍‌ ଇନିସିଏଟିଭ୍‌ ଯୋଜନା ଅଧୀନରେ ପିଏମ୍‌କେଭିୱାଇ କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ଏହି କାର୍ଯ୍ୟକ୍ରମରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ, ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ  ତଥା ସେଂଟର ଫର୍‌ ସ୍କିଲ୍‌ ଡେଭଲପ୍‌ମେଂଟ ଆଣ୍ଡ ଏନ୍‌ଟରପି୍ରନିୟରସିପ୍‌ର କର୍ମକର୍ତାଗଣ ଉପସ୍ଥିତ ଥିଲେ । 

ସ୍କିଲ୍‌ ଡେଭଲପ୍‌ମେଣ୍ଟ ଆଣ୍ଡ ଏଣ୍ଟ୍ରପ୍ରିନିୟର୍‍‍ସିପ୍‌ର ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ଅଶୋକ କୁମାର ନାୟକ ମଧ୍ୟ ଏହି ଅବସରରେ ନିଜର ମତ ରଖିଥିଲେ । ଶ୍ରୀ ରାମକୃଷ୍ଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Post Bottom Ad