ରାଉରକେଲା (୨୭ ସେପ୍ଟେମ୍ବର ୨୦୨୪): ପ୍ରଫେସର ଦେବେନ୍ଦ୍ର ବର୍ମା ଏବଂ ବାୟୋଟେକ୍ନୋଲୋଜି ଓ ମେଡିକାଲ ଇଞ୍ଜିନିୟରିଂ ବିଭାଗର ତାଙ୍କ ଗବେଷକ ଦଳ ଦ୍ୱାରା ବିକଶିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସମାଧାନ ପାଇଁ ଏନ୍ଆଇଟି ରାଉରକେଲାକୁ ପେଟେଣ୍ଟ ପ୍ରଦାନ କରାଯାଇଛି । ଏହି ଉଦ୍ଭାବନଗୁଡ଼ିକ ହେଲା:
୧. ଦ୍ରୁତ ରକ୍ତସ୍ରାବ ନିୟନ୍ତ୍ରଣ ପାଇଁ ନାନୋ-ଫାଇବ୍ରଉସ୍ ପଲିଇଲେକ୍ଟ୍ରୋଲାଇଟ୍ କମ୍ପ୍ଲେକ୍ସ, ପେଟେଣ୍ଟ ନମ୍ବର: ୫୪୭୪୯୨
୨. ହେମୋଷ୍ଟେଟିକ୍ ଏଜେଣ୍ଟ ଭାବରେ ଭାବରେ ସେଫ୍-ଆସେମ୍ବଲ୍ଡ୍ ନାନୋ-ଫାଇବର, ପେଟେଣ୍ଟ ନମ୍ବର: ୩୭୬୯୧୮
ଏହି ପେଟେଣ୍ଟ୍ ଟେକ୍ନୋଲୋଜିର ବ୍ୟବସାୟୀକରଣକୁ ସୁଗମ କରିବା ପାଇଁ ଜାତୀୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ରାଉରକେଲା (ଏନ୍ଆଇଟିଆର୍) ୨୦୨୪ ସେପ୍ଟେମ୍ବର ୨୫ ତାରିଖରେ ଏନ୍ଆଇଟି ରାଉରକେଲା ସ୍ଥିତ ବୋର୍ଡ଼ ରୁମ୍ରେ ମିରାକ୍ୟୁଲ୍ସ ମେଡ୍ସଲ୍ୟୁସନସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ଟେକ୍ନୋଲୋଜି ଟ୍ରାନ୍ସଫର ଚୁକ୍ତି ସ୍ୱାକ୍ଷର କରିଥିଲା । ଏହି ପେଟେଣ୍ଟ୍ ହୋଇଥିବା ଡାକ୍ତରୀ ସମାଧାନ ଜରୁରୀକାଳୀନ ରକ୍ତସ୍ରାବ ନିୟନ୍ତ୍ରଣରେ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥାଏ ।
ଏନ୍ଆଇଟି ରାଉରକେଲାର ନିର୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଓ ରକ୍ତସ୍ରାବ ନିରୋଧୀ ଉତ୍ପାଦରେ ବିଶେଷଜ୍ଞ ବାୟୋମେଡ଼ିକାଲ ଷ୍ଟାର୍ଟଅପ୍ ମିରାକ୍ୟୁଲ୍ସ ମେଡ୍ସଲ୍ୟୁସନ୍ର ସିଇଓ ତଥା ସହ-ପ୍ରତିଷ୍ଠାତା ସବିର ହୁସେନ୍ଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ଉତ୍ସବ ଅନୁଷ୍ଠିତ ହୋଇଥିଲା । ମିରାକ୍ୟୁଲ୍ସର ଫ୍ଲାଗସିପ୍ ପ୍ରଡକ୍ଟ, ଷ୍ଟପ୍ବ୍ଲିଡ୍, ବର୍ତ୍ତମାନର ସମାଧାନ ଅପେକ୍ଷା ଦ୍ରୁତ ଗତିରେ ରକ୍ତସ୍ରାବକୁ ନିୟନ୍ତ୍ରଣ କରିବାରେ ସକ୍ଷମ, ଯାହା ଜରୁରୀକାଳୀନ ସେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଚିହ୍ନିତ କରେ ।
ଏହି ଚୁକ୍ତି ୨୦୨୨ରେ ସ୍ଥାପିତ ଏନଆଇଟି ରାଉରକେଲାର ବୌଦ୍ଧିକ ସମ୍ପତ୍ତି ଉଦ୍ଭାବନ କେନ୍ଦ୍ର (ଆଇପିଆଇସି) ଦ୍ୱାରା ଆରମ୍ଭ ହୋଇଥିବା ପ୍ରଥମ ଟେକ୍ନୋଲୋଜି ହସ୍ତାନ୍ତର । ଗତ ଦୁଇ ବର୍ଷ ମଧ୍ୟରେ ପାଖାପାଖି ୫୦ଟି ପେଟେଣ୍ଟ ପ୍ରଦାନ ସହିତ, ଆଇପିଆଇସି ଉଦ୍ଭାବନକୁ ପ୍ରୋତ୍ସାହିତ କରେ ଏବଂ ଅନୁଷ୍ଠାନରେ ବୌଦ୍ଧିକ ସମ୍ପତ୍ତି ସୃଷ୍ଟି, ସୁରକ୍ଷା ଏବଂ ପରିଚାଳନା ପାଇଁ ବ୍ୟାପକ ସହାୟତା ପ୍ରଦାନ କରେ । ପ୍ରଫେସର ସୌରଭ ଚାଟାର୍ଜୀ (ଇପିଆଇସିର ଅଧ୍ୟକ୍ଷ) ଏବଂ ରେଜିଷ୍ଟ୍ରାର ପ୍ରଫେସର ରୋହନ ଧୀମାନ ଏନଆଇଟିଆରର ସାକ୍ଷୀ ଭାବେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଆଇଟି ରାଉରକେଲାର ଡିନ୍ ଓ ଆଇପିଆଇସି ସଦସ୍ୟଙ୍କ ସମେତ ମିରାକ୍ୟୁଲ୍ସ ଟିମ୍ର ସଦସ୍ୟମାନେ ଭର୍ଚୁଆଲ୍ ଭାବରେ ଯୋଗ ଦେଇଥିଲେ ।
ପ୍ରଫେସର କେ. ଉମାମହେଶ୍ୱର ରାଓ ଉଭୟ ପକ୍ଷଙ୍କୁ ପ୍ରଶଂସା କରିବା ସହ ସାମାଜିକ ଲାଭ ପାଇଁ ଏହି ଷ୍ଟାର୍ଟଅପ୍-ଏକାଡେମିକ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପଦକ୍ଷେପକୁ ସମର୍ଥନ କରି ଏନ୍ଆଇଟି ରାଉରକେଲାର ଆଲୁମିନି ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟରନ୍ୟାସନାଲ ରିଲେସନ୍ସର ଡିନ୍ ପ୍ରଫେସର ଏଚ୍.ବି. ସାହୁ ଏହି ଷ୍ଟାର୍ଟଅପ୍ ପାଇଁ ପ୍ରାରମ୍ଭିକ ପାଣ୍ଠି ସୁରକ୍ଷିତ କରିବା ପାଇଁ ଆଲୁମିନି ନେଟୱର୍କର ଆଗ୍ରହୀ ନିବେଶକଙ୍କ ସହ ଯୋଗାଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ହୁସେନ ଏନ୍ଆଇଟି ରାଉରକେଲାର ପୂର୍ବତନ ଛାତ୍ର ଏବଂ ବାୟୋଟେକ୍ନୋଲୋଜି ଓ ମେଡିକାଲ ଇଞ୍ଜିନିୟରିଂ ବିଭାଗରୁ ୨୦୧୮ ମସିହାରେ ଏମ୍.ଟେକ୍ କରିଥିଲେ ।
ଏହି ଅବସରରେ ଶ୍ରୀଯୁକ୍ତ ସାବିର ହୁସେନ ଏନ୍ଆଇଟି ରାଉରକେଲା ଟିମ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ କହିଛନ୍ତି, "ଏହି ସମର୍ଥନ ପାଇଁ ମୁଁ ମୋ ବିଦ୍ୟା-ଅନୁଷ୍ଠାନକୁ ଧନ୍ୟବାଦ ଜଣାଉଛି । ଏହି ଅଭିନବ ଉତ୍ପାଦ ଉଭୟ ସାମରିକ ଓ ବେସାମରିକ ଚିକିତ୍ସା ଜରୁରୀକାଳୀନ ପରିସ୍ଥିତିରେ, ବିଶେଷକରି ସଶସ୍ତ୍ର ଯୁଦ୍ଧ କିମ୍ବା ସଡ଼କ ଦୁର୍ଘଟଣାରେ ଅଗଣିତ ଜୀବନ ବଞ୍ଚାଇବାର କ୍ଷମତା ରଖିଛି । 'ମେଡ୍ ଇନ୍ ଇଣ୍ଡିଆ' ଉତ୍ପାଦ ଭାବେ ଏହା ଦୃଢ଼ ରପ୍ତାନି ସାମର୍ଥ୍ୟ ପ୍ରଦର୍ଶନ କରୁଛି । ଏହାର ସମ୍ଭାବ୍ୟ ପ୍ରୟୋଗ ସମ୍ପର୍କରେ ଆମେ ଭାରତୀୟ ସେନା ଓ ଅନ୍ୟାନ୍ୟ ସଂଗଠନ ସହ ଆଲୋଚନା ଜାରି ରଖିଛୁ ।"
ମିରାକ୍ୟୁଲ୍ସ ଆଇଏସ୍ଓ ୧୩୪୮୫ ସାର୍ଟିଫିକେଟ୍ ହାସଲ କରିଛି, ଯାହା ଚିକିତ୍ସା ଉପକରଣ ପାଇଁ ଏକ ଗୁଣବତ୍ତା ପରିଚାଳନା ବ୍ୟବସ୍ଥା ଭାବରେ ମଧ୍ୟ ଜଣାଶୁଣା ।
ଅଧିକ ସୂଚନା ପାଇଁ, www.miraqules.com ପରିଦର୍ଶନ କରନ୍ତୁ ।