ଭଦ୍ରକ (୨୬ ଅଗଷ୍ଟ ୨୦୨୪): ମାନ୍ୟବର ମନ୍ତ୍ରୀ କ୍ରୀଡ଼ା, ଯୁବ ସେବା, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ପ୍ରତିଷ୍ଠାନ, ସାହିତ୍ୟ, ସଂସ୍କୃତି ମନ୍ତ୍ରୀଙ୍କ ଦ୍ଵାରା ଅଭାସି ଜରିଆରେ ଭଦ୍ରକ ଜିଲ୍ଲାସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ଶୁଭାରମ୍ଭ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି ।
ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭଦ୍ରକ ସାଂସଦ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବାସୁଦେବପୁର ବିଧାୟକ, ଅଧ୍ୟକ୍ଷ, ଜିଲ୍ଲାପରିଷଦ, କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଉପସ୍ଥିତ ଅତିଥିମାନେ କାର୍ଯ୍ୟକ୍ରମର ଆଭିମୁଖ୍ୟ, କୃଷକର ଆୟ ଦୁଇଗୁଣ କରିବା ପାଇଁ କେତେ ସହାୟକ ହେବ ତାହା ଆଲୋକପାତ କରିଥିଲେ । ଏହି ସର୍ବେକ୍ଷଣ କାର୍ଯକ୍ରମରେ ସମସ୍ତ ଚାଷୀ ସକ୍ରିୟ ଅଂଶ ଗ୍ରହଣ କରିବାକୁ ମାନ୍ୟବର ମନ୍ତ୍ରୀ ବାର୍ତ୍ତା ପ୍ରଦାନ କରିଥିଲେ ।