ବ୍ୟୁରୋ (୨୬ ଅଗଷ୍ଟ ୨୦୨୪): ଗତକାଲି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ୧୧ ଲକ୍ଷ ନୂଆ “ଲକ୍ଷପତି ଦିଦି”ଙ୍କୁ ପ୍ରମାଣପତ୍ର ବାଣ୍ଟିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଅଧିନରେ ଏକ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ସରକାର ଉଦ୍ୟୋଗୀ ମାଆମାନଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା, ବଜାର ସଂଯୋଗୀକରଣ ମାଧ୍ୟମରେ ୧ ଲକ୍ଷ ଟଙ୍କା ବା ତଦୁର୍ଦ୍ଧ ବାର୍ଷିକ ଆୟ କରିବାରେ ସହାୟତା କରିବେ ।