ଭଦ୍ରକ (୧୧ ଅଗଷ୍ଟ ୨୦୨୪): ଆଜି ଭଦ୍ରକ ସ୍ଥିତ ମହେନ୍ଦ୍ର ଭବନଠାରେ ଭଦ୍ରକ ଲେଖିକା ସଂସଦ ଦ୍ୱାରା ବର୍ଷା ଆସର, ଟୁପ୍ ଟୁପ୍ ବର୍ଷା ଆୟୋଜନ କରାଯାଇଛି । ଏହି ଅବସରରେ ବର୍ଷା ଉପରେ ବିଭିନ୍ନ କବିତା ପାଠୋତ୍ସବ ସହିତ ଡ. ସୋମା ଚାନ୍ଦଙ୍କ ରଚିତ ଦୁଇଟି ପୁସ୍ତକ, "କାଚଘର" (ଗଳ୍ପ ସଂକଳନ) ଓ ଏକ ପ୍ରବନ୍ଧ ପୁସ୍ତକ "ସମୟ ସୁଅରେ ନାରୀ" ଉନ୍ମୋଚିତ ହୋଇଯାଇଛି ।
ଡ. ଝରଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନିରାକାର ଦାସ, ହୃଦାନନ୍ଦ ପାଣିଗ୍ରାହୀ, ବାସନ୍ତି ମହାନ୍ତି ଆଦି ଅତିଥିମାନେ ଯୋଗ ଦେଇଥିଲେ । ପ୍ରଥମାର୍ଦ୍ଧରେ କବିତା ପାଠୋତ୍ସବର ପରିଚାଳନା କରିଥଲେ ଡ. ମମତା ସାହୁ ଓ ଅନ୍ୟମାନେ । କବି ଅଂଶୁମାନ ସ୍ୱାଇଁ, ଅବନୀ ପ୍ରଧାନ, ଅଧ୍ୟାପକ କିଶୋର ପାଣିଗ୍ରାହୀ, ପତିପାବନ ପାଣି, ଗୀତାରାଣୀ ଆଇଚ, ରାଧାରାଣୀ ମହାପାତ୍ର, ରଶ୍ମିତା ଦାଶ, ଅବସରପ୍ରାପ୍ତ ଅଧ୍ୟାପକ ଶଶଧର ଦାସ, ପ୍ରୀତିଲତା ପଣ୍ଡା, ମନୋରମା ରାୟ, ଜାନକୀଲତା ପାଢ଼ୀ, ଦୀପ୍ତି ସାହୁ, ଚୈତାଳୀ ଖିଲାର ପ୍ରମୁଖ କବିତା ପାଠ କରିଥିଲେ ।