ଭଦ୍ରକ ଯୁବ ସାହିତ୍ୟ ପରିଷଦ ଦ୍ୱାରା "ପଦେ କଥା, ଦି'ପଦ କବିତା" କାର୍ଯ୍ୟକ୍ରମ ଅନୁଷ୍ଠିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 27 March 2023

ଭଦ୍ରକ ଯୁବ ସାହିତ୍ୟ ପରିଷଦ ଦ୍ୱାରା "ପଦେ କଥା, ଦି'ପଦ କବିତା" କାର୍ଯ୍ୟକ୍ରମ ଅନୁଷ୍ଠିତ

Pade Katha o Di-pada Kabita by Bhadrak Yuva Sahitya Parishada

ଭଦ୍ରକ (୨୭ ମାର୍ଚ୍ଚ ୨୦୨୩): ବିଶ୍ୱର ସର୍ବାଧିକ ଯୁବଶକ୍ତି ଭାରତରେ ଅଛି, କିନ୍ତୁ ସାହିତ୍ୟକୁ ଦେଖିଲେ ଯୁବକମାନଙ୍କ ଅଭାବ ସ୍ପଷ୍ଟ ବାରି ହୋଇପଡ଼ୁଛି । ତରୁଣ ସାହିତ୍ୟିକ ମାନଙ୍କୁ ଉତ୍ସାହିତ କରିବା ଏବଂ ନୂତନ ସ୍ରଷ୍ଟା ସୃଷ୍ଟି କରିବା ସହିତ ଆଉଟିକେ ସୃଜନ ମନସ୍କ କରିବା ପାଇଁ 'ଭଦ୍ରକ ଯୁବ ସାହିତ୍ୟ ପରିଷଦ' ଦ୍ୱାର ଗତକାଲି 'ଆମ ମାତୃଭାଷା ପରିଷଦ'ର କଲ୍ୟାଣୀ ନଗର ସ୍ଥିତ ଗୁରୁଃକୃପା ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଯୁବ କବି ତଥା ଏହି ଅନୁଷ୍ଠାନର ପରିଚାଳକ ବିଚିତ୍ରାନନ୍ଦ ଜେନା ଓ ସଂଗ୍ରାମ କେଶରୀ ସେନାପତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଡ. ଅନିଲ ଦାଶ ଏବଂ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ କିଶୋର ପାଣିଗ୍ରାହୀ ଓ ମାନସ ରଞ୍ଜନ ପଣ୍ଡା । ଭଦ୍ରକ ପୂଜ୍ୟପୂଜା ସଂସଦର ସଭାପତି ରୂପକ ବିହାରୀ ରାୟ ଓ ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚର ସଭାପତି କୈଳାସ ବେହେରା ଅତିଥି ଭାବରେ ଯୋଗଦେଇ ଯୁବପିଢ଼ିଙ୍କୁ ସାହିତ୍ୟ ପତ୍ରି ଆକୃଷ୍ଟ ହେବାକୁ ପ୍ରେରଣା ଦେଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମ "ପଦେ କଥା, ଦି'ପଦ କବିତା"ରେ ମୋନାଲିସା ସାହୁ, ପତିତପାବନ ପାଣି, ଜାନକୀ ପାଢ଼ୀ, ମନୋରମା ରାୟ, ସରୋଜିନୀ ନାୟକ, ଦୀପ୍ତିମୟୀ ସାହୁ, ଗୌରାଙ୍ଗ ଚନ୍ଦ୍ର ବାରିକ, ସସ୍ମିତା ସାହୁ, ରତିକାନ୍ତ ଦାଶ, ରମେଶ ଚନ୍ଦ୍ର ଦାସ, ଅଂଶୁମାନ ସ୍ୱାଇଁ, ମନୋରଂଜନ ମୁଦୁଲି, ପ୍ରଦୀପ୍ତ ମହାନ୍ତି, ବିପ୍ଳବ କୁମାର ହୋତା, ରଜତ କୁମାର ସାହୁ, ମମତାରାଣୀ ଦାଶ ପ୍ରମୁଖ ନିଜର ସାହିତ୍ୟ ଜୀବନର ଅନୁଭୂତି ବାଣ୍ଟିବା ସହିତ ସ୍ୱରଚିତ ଏକ କବିତା ଓ ଭଦ୍ରକର ଜଣାଶୁଣା କବିମାନଙ୍କର ପ୍ରକାଶିତ ବହିରୁ ଗୋଟିଏ ଲେଖାଏଁ କବିତା ପାଠ କରିଥିଲେ । ଶେଷରେ ଅଧ୍ୟାପିକା ଡ. ମମତା ସାହୁ ଧନ୍ୟବାଦ ଅପର୍ଣ କରିଥିଲେ ।

Post Bottom Ad