କୁନିପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା ଶିଶୁପଲ୍ଲବ ଉନ୍ମୋଚିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 27 February 2023

କୁନିପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ପତ୍ରିକା ଶିଶୁପଲ୍ଲବ ଉନ୍ମୋଚିତ

Shishupallaba 3rd Edition by Shubhapallaba inaugurated by Panchanan Nayak

ଭଦ୍ରକ (୨୭ ଫେବୃଆରୀ ୨୦୨୩): ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ବାର୍ଷିକ ଓଡ଼ିଆ ଶିଶୁପତ୍ରିକା "ଶିଶୁପଲ୍ଲବ" ଗତକାଲି ଆମ୍ବ ବଉଳର ବାସ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଯାଇଛି । ପଲ୍ଲବୀ ପୂଜାପଣ୍ଡାଙ୍କ ବଳିଷ୍ଠ ସମ୍ପାଦନାରେ ପ୍ରକାଶିତ ହୋଇଥିବା ଏହି ୩ୟ ସଂଖ୍ୟାରେ ରହିଛି କୁନିକୁନି ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କିଛି ମନଛୁଆଁ ଗପ ଓ କବିତା । ପିଲାମାନଙ୍କର ଚିତ୍ରାଙ୍କନ ସହିତ ପତ୍ରିକାଟିରେ କୁନି କୁନି ସାଥୀମାନଙ୍କର ଫଟୋଗୁଡ଼ିକ ମଧ୍ୟ ସ୍ଥାନିତ ହୋଇଛି ।

Sishupallaba Childrens Magazine Inauguration

୨୦୨୧ ମସିହାରୁ ଶୁଭପଲ୍ଲବ ଶିଶୁରାଇଜ ଭାବରେ ମାତୃଭାଷା ଦିବସ ଅବସରରେ ପ୍ରକାଶ ପାଉଥିବା ଏହି ପତ୍ରିକାଟିର ନାମ ପରିବର୍ତ୍ତନ କରାଯାଇ ଶିଶୁପଲ୍ଲବ ରଖାଯାଇଥିବା ସୂଚନା ଦେଇଛନ୍ତି ଶୁଭପଲ୍ଲବର ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ତିହିଡ଼ି ସାହିତ୍ୟ ସାଂସ୍କୃତିକ ମଞ୍ଚ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଗଣଙ୍କ ମଧ୍ୟରୁ ବିଶ୍ୱରଞ୍ଜନ ଦାସ, ଅଜୟ ନାୟକ, ଡକ୍ଟର କ୍ଷୀରୋଦ କୁମାର ସାମଲ, ଗୀତିକାର ପଞ୍ଚାନନ ନାୟକ ଓ ରଞ୍ଜନ କୁମାର ନାୟକ ଆଦି ଏହି ପତ୍ରିକାଟିର ଉନ୍ମୋଚନ କରିଥିଲେ । ଏହି ସାହିତ୍ୟ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ କୈଳାସ ବେହେରା, ବିସ୍ମୟବିହାରୀ ସାହୁ, ଦେବେନ୍ଦ୍ରନାଥ ମହାଳିକ, ନିରଞ୍ଜନ ବାରିକ ଓ ତପନ କୁମାର ହାତୀ ଆଦି ଉପସ୍ଥିତ ଥିଲେ ।


Post Bottom Ad