ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 13 April 2023

ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ

ଭଦ୍ରକରେ ପ୍ରଥମକରି ଉଇକିପିଡ଼ିଆ କର୍ମଶାଳା ଆୟୋଜିତ

ଭଦ୍ରକ (୧୩ ଅପ୍ରେଲ ୨୦୨୩): ଗୁଗୁଲ୍‌ରେ କୌଣସି ତଥ୍ୟ ଖୋଜିଲେ, ପ୍ରଥମେ ଯେଉଁ ୱେବ୍‌ସାଇଟ୍‌ଟି ପ୍ରଥମେ ଦେଖାଏ ତାହା ହେଉଛି ଉଇକିପିଡ଼ିଆ । ଇଂରାଜୀ ଉଇକିପିଡ଼ିଆ ବହୁତ ବଡ଼ ହୋଇଥିବା ବେଳେ ପ୍ରଥମ ଦକ୍ଷିଣ ଏସୀୟ ଉଇକିପିଡ଼ିଆ ଭାବରେ ଓଡ଼ିଆ ଉଇକିପିଡ଼ିଆ କିନ୍ତୁ ସେତେ ସମୃଦ୍ଧ ହୋଇପାରିନାହିଁ । ଓଡ଼ିଆ ଉଇକିପିଡ଼ିଆରେ ନିୟମିତ ଲେଖୁଥିବା ଉଇକିଆଳିଙ୍କ ସଂଖ୍ୟା କମ୍ ଆଉ ଏହି ସଂଖ୍ୟାକୁ ବଢ଼ାଇବା ଲକ୍ଷ୍ୟରେ ଭଦ୍ରକଠାରେ ପ୍ରଥମ କରି ଆୟୋଜିତ ହୋଇଥିଲା ଏକ କ୍ଷୁଦ୍ର କର୍ମଶାଳା ।

ଗତ ବୁଧବାର ଦିନ ସକ୍ରିୟ ଉଇକିଆଳି ସଂଗ୍ରାମ କେଶରୀ ସେନାପତିଙ୍କ ଉଦ୍ୟମରେ ୭ ଜଣ ଯୁବକଯୁବତୀମାନଙ୍କୁ ନେଇ ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ଏବଂ କର୍ମଶାଳା ଡାହାଣୀଗଡ଼ିଆ ସ୍ଥିତ ଶୁଭପଲ୍ଲବ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଉଇକିପିଡ଼ିଆ ଓ ଖୋଲା ଜ୍ଞାନକୋଷ ବିଷୟରେ ସଭିଙ୍କୁ ସୂଚନା ଦେବା ସହିତ ଉଇକିପିଡ଼ିଆରେ କେମିତି ଯୋଗଦାନ କରିହେବ, ସେ ବିଷୟରେ ଆଲୋଚନା କରାଯାଇଥିଲା । ଯୋଗ ଦେଇଥିବା ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରୁ ବିଚିତ୍ରାନନ୍ଦ ଜେନା, ମୋନାଲିସା ସାହୁ, ବର୍ଷାରାଣୀ ବେହେରା, ସସ୍ମିତା ସାହୁ, ଅରୂପାନନ୍ଦ ନାୟକ, ଅଂଶୁମାନ ସ୍ୱାଇଁ ଓ ଅଶକନ୍ଦ ପାଣିଗ୍ରାହୀ ଏହି ଗଣ-ସମ୍ପାଦନା ପାଇଁ ଗୋଟିଏ ଲେଖାଏଁ ପ୍ରସଙ୍ଗ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିଥିଲେ ।

Post Bottom Ad