ଅଲବଗା ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 31 January 2023

ଅଲବଗା ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

ଅଲବଗା ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ

ଭଦ୍ରକ (୩୧ ଜାନୁଆରୀ ୨୦୨୩): ଆଜି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଅଲବଗା ସ୍ଥିତି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନ୍ମଥ କୁମାର ଅଗସ୍ତି ଉଦ୍ଦେଶ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଉକ୍ତ ସଭାର ସଭାପତିତ୍ୱ କରିଥିଲେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ କମଳାକାନ୍ତ ପାଢ଼ୀ । ଲୁଙ୍ଗା ହାଇସ୍କୁଲର ଶିକ୍ଷକ ଗୟାଧର ଦାସ ମୁଖ୍ୟ ବକ୍ତା ଭାବରେ, କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଓ ମିଶ୍ରପୁର କଷ୍ଟର୍‌ର ସିଆର୍‌ସିସି ମାନସ କୁମାର ଜେନା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ବିଦ୍ୟାଳୟର ଶିକ୍ଷକଗଣ ଶେଖ୍ ଅବଦୁଲ୍ ସଲାମ, ଶ୍ରୀମତୀ ଦେଇ, ସବିତାରାଣୀ ପତି ଉକ୍ତ ସଭାର ଆୟୋଜନ କରିଥଲେ ଏବଂ ଅନ୍ୟତମ ଅତିଥି ଭାବରେ ଧନୁର୍ଜୟ ସ୍ୱାଇଁ, ସୁନିଲ କୁମାର ପରିଡ଼ା, ରବିନ୍ଦ୍ର କୁମାର ରାଉଳ, ବିଜୟ କୁମାର ନାୟକ, ନାଗେଶ କୁମାର ମହାପାତ୍ର, ଅବନ୍ତୀଲତା ପାଢ଼ୀ, ରଞ୍ଜୁଲତା ବାରିକ, ରଶ୍ମିତା ଅଗସ୍ତି, ସଞ୍ଜୟ କୁମାର ପାଣିଗ୍ରାହୀ ଆଦି ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ମନିଷ ଅଗସ୍ତି ଓ ସଂଗ୍ରାମ କେଶରୀ ସେନାପତି ଆଦି ଏହି ସଭାରେ ଯୋଗ ଦେଇଥିଲେ ।

Post Bottom Ad