ଶୁଭପଲ୍ଲବକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 17 February 2023

ଶୁଭପଲ୍ଲବକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

Sangram Keshari Senapati receiving the Best e-Magazine award for Shubhapallaba

ଭଦ୍ରକ: ଆନନ୍ଦପୁର ଠାରେ ପ୍ରୀତିପ୍ରଣତି ସାହିତ୍ୟ ପରିବାର ଦ୍ୱାରା ଅନୁଷ୍ଠିତ ବାର୍ଷିକ ଉତ୍ସବରେ ସଂଗ୍ରାମ କେଶରୀ ସେନାପତିଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିବା ମାସିକ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବକୁ ଶ୍ରେଷ୍ଠ ଇ-ପତ୍ରିକା ସମ୍ମାନ ପ୍ରଦାନ କରାଯାଇଛି ।


୨୦୧୮ ମସିହାର ନୂଆବର୍ଷରୁ ପ୍ରକାଶ ପାଉଥିବା ଶୁଭପଲ୍ଲବ ଇ-ପତ୍ରିକା ୫ ବର୍ଷ ପୂରଣ କରିବା ସହିତ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବଙ୍ଗାଳୀ, ପଞ୍ଜାବୀ, ତେଲୁଗୁ, ସଂସ୍କୃତ ଆଦି ଭାଷାରେ ପୋର୍ଟାଲ୍ ଜରିଆରେ ପାଠକଙ୍କ ପାଖରେ ପହଞ୍ଚି ପାରିଛି । ଶୁଭପଲ୍ଲବ ଦ୍ୱାରା ଅନ୍ୟ ଏକ ମାସିକ ଇ-ପତ୍ରିକା ଶୁଭୋଦୟ ଓ କୁନି ପିଲାମାନଙ୍କ ପାଇଁ ଏକ ବାର୍ଷିକ ପତ୍ରିକା ଶିଶୁପଲ୍ଲବ ପ୍ରକାଶ ପାଉଛି ।


ସୂଚନା ଥାଉକି ୨୦୨୧ ମସିହାରୁ ଶୁଭପଲ୍ଲବ ପବ୍ଲିକେଶନ୍ ମୁଦ୍ରଣ ପୁସ୍ତକ ପ୍ରକାଶ କରିବା ଆରମ୍ଭ କରିଥିଲା ଏବଂ ଏହି ଉତ୍ସବରେ ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ମନୋରଞ୍ଜନ ସୁରୁଜାଲଙ୍କର ଏକ କବିତା ସଂକଳନ 'ପଦାରବିନ୍ଦ' ଉନ୍ମୋଚିତ ହୋଇଯାଇଛି । ସଂଗ୍ରାମଙ୍କୁ ପ୍ରୀତିପ୍ରଣତିର ସମ୍ପାଦକ ଦେବବ୍ରତ ବାରିକ ମାନପତ୍ର ଓ ଉତ୍ତରିୟ ଦେଇ ସମ୍ମାନିତ କରିଥିଲେ ।


Post Bottom Ad