ମାତୃଭାଷା ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ 'ଶୁଭପଲ୍ଲବ ଶିଶୁରାଇଜ' ଉନ୍ମଚିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 21 February 2021

ମାତୃଭାଷା ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ 'ଶୁଭପଲ୍ଲବ ଶିଶୁରାଇଜ' ଉନ୍ମଚିତ

ମାତୃଭାଷା ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ 'ଶୁଭପଲ୍ଲବ ଶିଶୁରାଇଜ' ଉନ୍ମଚିତ


ଭଦ୍ରକ (୨୧ ଫେବୃଆରୀ ୨୦୨୧ ): ଆନ୍ତର୍ଜାତିକ ମାତୃଭାଷା ଦିବସ ଉପଲକ୍ଷେ ଶୁଭପଲ୍ଲବ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତା'ର ପ୍ରତିବଦ୍ଧତାକୁ ପ୍ରତିପାଦନ କରି ଉନ୍ମୋଚନ କରିଛି ଶିଶୁ ସାହିତ୍ୟ ପତ୍ରିକା 'ଶୁଭପଲ୍ଲବ ଶିଶୁରାଇଜ' । ସମ୍ପାଦିକା ସୁଶ୍ରୀ ପଲ୍ଲବୀ ପୂଜାପଣ୍ଡାଙ୍କ ଦ୍ଵାରା ସମ୍ପାଦିତ ଏହି ପ୍ରଥମ ସଂସ୍କରଣଟି ୧୮ ଗୋଟି କବିତା, କାହାଣୀ ତଥା ଶିଶୁକୃତ୍ତିରେ ସମୃଦ୍ଧ ।

ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ଡା. ତୃପ୍ତି ରଞ୍ଜନ ଦାଶ ଯୋଗଦେଇ ମାତୃଭାଷାକୁ ତୃଣମୂଳ ସ୍ତରରୁ ଦୃଢ଼ କରିବା ପାଇଁ ଜୋର ଦେଇଥିଲେ । ମାତୃଭାଷା ମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କୁ ଆମର ବଳିଷ୍ଠ ଭାଷା, ସଂସ୍କୃତି ତଥା ପରମ୍ପରାକୁ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶୁଭପଲ୍ଲବ ତେଲୁଗୁ ପୋର୍ଟାଲର ସମ୍ପାଦକ ଶ୍ରୀ ରାଜ ଶେଖର ଚିମା, ଲେଖିକା ସୁଶ୍ରୀ ସଂଗୀତା ସେଠି, ଲେଖକ ଦୀପକ ଷଡ଼ଙ୍ଗୀ, ତାପସ ରଞ୍ଜନ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମୂଲ୍ୟବାନ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଟିକୁ ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ପରିଚାଳନା କରିଥିଲେ । ଶେଷରେ ସମ୍ପାଦିକା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପତ୍ରିକାଟି ଶୁଭପଲ୍ଲବ ଶିଶୁରାଇଜ ୱେବ୍‌ସାଇଟ୍ ସମେତ ବିଶ୍ୱସ୍ତରୀୟ ରିଡିଂ ପ୍ଲାଟଫର୍ମ ମାଗ୍‌ଜ୍‌ଟର୍‌ରେ ଉପଲବ୍ଧ ହେଉଛି ।

Post Bottom Ad