ଉତ୍କଳ ଦିବସ ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୨୫ଶ ସଂସ୍କରଣ ଉନ୍ମୋଚିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 1 April 2021

ଉତ୍କଳ ଦିବସ ଅବସରରେ ଶୁଭପଲ୍ଲବ ଇ-ପତ୍ରିକାର ୨୫ଶ ସଂସ୍କରଣ ଉନ୍ମୋଚିତ

25th Edition of Shubhapallaba e-magazine released on Utkala Dibasa

ଭଦ୍ରକ (୧ ଅପ୍ରେଲ ୨୦୨୧): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୫ଶ ସଂସ୍କରଣ ଆଜି ଉତ୍କଳ ଦିବସ ଅବସରରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୧୯ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in, ଶୁଭପଲ୍ଲବ ଷ୍ଟୋର୍ ସମେତ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସ୍ଥାପିତ ଏହି ଇ-ପତ୍ରିକାଟି ୨୦୧୯ ମସିହାରୁ ମାସିକ ପତ୍ରିକା ଭାବରେ ପ୍ରତ୍ୟେକ ମାସର ୧ ତାରିଖରେ ପ୍ରକାଶ ପାଉଛି । ଏତଦ୍ ବ୍ୟତୀତ ଏହି ଇ-ପତ୍ରିକାଟିର ଅନ୍ୟ ଏକ ସଂସ୍କରଣ ଶୁଭୋଦୟ ଭାବରେ ପ୍ରତ୍ୟେକ ମାସ ସଂକ୍ରାନ୍ତିରେ ୨୦୧୯ ଦୁର୍ଗାପୂଜାଠାରୁ ପ୍ରକାଶ ପାଉଛି । ଶୁଭପଲ୍ଲବର ଏକ ଶିଶୁ ପତ୍ରିକା, 'ଶିଶୁରାଇଜ'ର ପ୍ରଥମ ସଂସ୍କରଣ ବିଗତ ମାତୃଭାଷା ଦିବସ ଅବସରରେ ପ୍ରକାଶ ପାଇଥିଲା ।

Post Bottom Ad