ଭଦ୍ରକ (୧ ଜୁଲାଇ ୨୦୨୦): ଆଜି ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୧୬ଶ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପରେ ଏଥରର ସଂସ୍କରଣଟି ପ୍ରକାଶ ପାଇଛି ଶୁଭପଲ୍ଲବର ୱେବ୍ସାଇଟ୍ shubhapallaba.inରେ ।
ଏହି ପତ୍ରିକାଟିର ଅଳଂକରଣ କରିଛନ୍ତି ସଦୂର ହାଇଦ୍ରାବାଦରେ ଅବସ୍ଥାପିତ ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ, ଯେଉଁଥିରେ ସେ ଜଗନ୍ନାଥଙ୍କର ଗୋଟିଏ ସୁନ୍ଦର ଚିତ୍ର ସ୍ଥାନିତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ଗପ, କବିତା, ଭଜନ, ରୋଷେଇ ଆଦିକୁ ନେଇ ସମୁଦାୟ ୨୧ଟି ପ୍ରସଙ୍ଗ ଏହି ସଂସ୍କରଣରେ ପ୍ରକାଶ ପାଇଛି, ଯାହାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ପତ୍ରିକାର ସମ୍ପାଦକ ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।
ଏହି ପତ୍ରିକାଟିର ୱେବ୍ ପୋର୍ଟାଲ୍ ଏବେ ଓଡ଼ିଆ ସମେତ ହିନ୍ଦୀ, ଇଂରାଜୀ, ତେଲୁଗୁ, ବଙ୍ଗଳା, ପଞ୍ଜାବୀ, ସଂସ୍କୃତ ଆଦିରେ ଉପଲବ୍ଧ ଏବଂ ଏତଦ୍ ବ୍ୟତୀତ ଶୁଭପଲ୍ଲବ-ଶିଶୁରାଇଜ ନାମକ ଏକ ନୂଆ ୱେବ୍ ପୋର୍ଟାଲ୍ ମଧ୍ୟ ପୂର୍ବମାସରୁ ସକ୍ରିୟ ଅଛି, ଯେଉଁଥିରେ ଛୋଟ ପିଲାଙ୍କ ପାଇଁ ଉଦିଷ୍ଟ ଗପ, କବିତା, ଗୀତ, ନୀତିବାଣୀ ଆଦି ଉପଲବ୍ଧ ହେଉଛି ।