ବ୍ୟୁରୋ (୨ ଜୁଲାଇ ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ରଥଯାତ୍ରା ସଂସ୍କରଣରେ ଅନେକଗୁଡ଼ିଏ ଜଗନ୍ନାଥ ଏବଂ ରଥଯାତ୍ରା ସମ୍ବନ୍ଧୀୟ ଫଟୋ ବ୍ୟବହାର କରାଯାଇଛି, ଯେଉଁଥିରୁ ଅଧିକାଂଶ ଫଟୋ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ର ଟୁଇଟର ହ୍ୟାଣ୍ଡେଲ୍ରୁ ନିଆଯାଇଥିଲା । ଯେହେତୁ ଏହି ଦୁଇଟି ହ୍ୟାଣ୍ଡେଲ୍ ସମେତ କିଛି ସରକାରୀ ହ୍ୟାଣ୍ଡେଲ୍ କପିରାଇଟ୍ ଆକ୍ଟ ବାହାରେ ରହିଛି, ଏହାକୁ ବିନା ଅନୁମତିରେ ସାଧାରଣ ଲୋକେ ବ୍ୟବହାର କରିପାରିବେ ।
ଏହି ବିଷୟରେ ଶୁଭପଲ୍ଲବ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଏହି କପିରାଇଟ୍ ଆକ୍ଟ ପାଇଁ କାର୍ଯ୍ୟ କରିଥିବା କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ଆଦିକୁ ପ୍ରଶଂସା କରାଯାଇଥିଲା । ଏହାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ସ୍ୱାଗତ କରାଯିବା ସହ ଶୁଭପଲ୍ଲବର ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏହି ବିଷୟରେ ଆମ ସହ ଆଲୋଚନା କରି ଶୁଭପଲ୍ଲବର ପ୍ରତିଷ୍ଠାତା ତଥା କାର୍ଯ୍ୟକାରୀ ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ନିଜର ଖୁସି ବ୍ୟକ୍ତ କରିଛନ୍ତି ।
ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଥିବାରୁ ଧନ୍ୟବାଦ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ 'ଶୁଭପଲ୍ଲବ' କରୁଥିବା ପ୍ରୟାସ ଆହୁରି ଦୃଢ଼ ହେଉ। https://t.co/3xJpTxrG1T
— CMO Odisha (@CMO_Odisha) July 2, 2020