ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବରଯାତ୍ରୀ ବସ୍ ଦୁର୍ଘଟଣା: ୧୧ ମୃତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 9 February 2020

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବରଯାତ୍ରୀ ବସ୍ ଦୁର୍ଘଟଣା: ୧୧ ମୃତ


ବ୍ୟୁରୋ (୯ ଫେବୃଆରୀ ୨୦୨୦): ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବସରେ ୧୧ କେଭିର ବିଦ୍ୟୁତ୍ ତାର ଲାଗିଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇସାରିଛି ଏବଂ ଅନେକ ଗୁରୁତର ଆହାତ ହୋଇ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ସ୍ଥିତ ଦାଙ୍କୁଲୁପାଡୁ ଗାଆଁର ବରପକ୍ଷର ୪୩ ଜଣ ଲୋକ ଏକ ବସ୍‌ରେ ନିର୍ବନ୍ଧ ପାଇଁ ଶିଖରଡ଼ା ଅଭିମୁଖେ ଯାଉଥିଲେ । ବାଟରେ ଯିବାବେଳେ ନେନ୍ଦ୍ରାଜପୁରଠାରେ ବସ୍‌ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା ।

ବିଦ୍ୟୁତ୍‌ କରେଣ୍ଟ୍‌ ଆଘାତରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତରଙ୍କୁ ହସ୍ପାତାଳ ନିଆ ଯାଉଥିବାବେଳେ ବାଟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏମାନଙ୍କ ବ୍ୟତୀତ ବସ୍‌ରେ ଥିବା ଅନ୍ୟ ୩୦ ଜଣ ଯାତ୍ରୀ ମଧ୍ୟ ଗୁରୁତର ଭାବରେ ଆହତ ହୋଇ ବ୍ରହ୍ମପୁରର ଏମେ୍‌କସିଜି ମେଡିକାଲ୍‌ କଲେଜ ହସ୍ପିଟାଲରେ ଓ ତେନ୍ତୁଆପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ନିର୍ବନ୍ଧ ବସରେ ବିଦ୍ୟୁତ୍‌ ତାର ଲାଗିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଏକ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏତଦ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ଆହତମାନଙ୍କର ମାଗଣାରେ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଆଦି ପ୍ରମୁଖ ରାଜନୀତିଜ୍ଞ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ପରିବହନ ମନ୍ତ୍ର ପଦ୍ମନାଭ ବେହେରା ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ମଧ୍ୟ ନିଜ ତରଫରୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Post Bottom Ad