ଭୁବନେଶ୍ୱର (୧ ଫେବୃଆରୀ ୨୦୨୦): ଭାଷାଟିଏ ବଢ଼ିଲେ ଜାତିଟିଏ ବଢ଼େ ଆଉ ଗୋଟିଏ ଭାଷାର ଗଭୀରତା ଏଥିରେ ଥିବା ପୋଥିପୂରାଣ ଏବଂ ଦସ୍ତାବିଜରୁ ଜଣାପଡ଼ିଥାଏ । ୬ଷ୍ଠ ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଆମର ଓଡ଼ିଆ ଭାଷାର ଡିଜିଟାଲ୍ କଣ୍ଟେଣ୍ଟର ଅଭାବ ଯୋଗୁଁ ଏଯାବତ୍ ଗୁଗୁଲ୍ ଟ୍ରାନ୍ସଲେସନ୍ ମଧ୍ୟ ଆରମ୍ଭ ହୋଇପାରିନାହିଁ ।
ଏହି କଣ୍ଟେଣ୍ଟର ଅଭାବକୁ ପୂରଣ କରିବାକୁ ୨୦୧୮ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଇ-ପତ୍ରିକା ଶୁଭପଲ୍ଲବର ୨୦୨୦ ଜାନୁଆରୀରୁ ମାସିକିଆ ସଂସ୍କରଣ ଭାବରେ ପ୍ରକାଶ ପାଇବା ଆରମ୍ଭ କରିଛି । ଆଜି ଏହି ପତ୍ରିକାର ୧୧ଶ ତଥା ଫେବୃଆରୀ ମାସର ସଂସ୍କରଣ ଏହାର ୱେବ୍ସାଇଟ୍ https://shubhapallaba.in ରେ ଉନ୍ମୋଚିତ ହୋଇଯାଇଛି ।
ଏହି ପତ୍ରିକାଟିର ସମ୍ପାଦନା ଦାୟିତ୍ୱରେ ଥିଲେ ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି ଏବଂ ତାପସ ରଞ୍ଜନ । ଏହାର ମୁଖପୃଷ୍ଠା ତିଆରି କରିଛନ୍ତି ହ୍ରାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ । ଏହି ସଂସ୍କରଣରେ ସମୁଦାୟ ୩୫ଗୋଟି ପ୍ରସଙ୍ଗ ମଧ୍ୟରେ ଗପ ଓ କବିତା ସମେତ ମହାମନୀଷୀଙ୍କ ଜୀବନି, ଆମ ଓଡ଼ିଆ ରୋଷେଇ, ଆମ ଓଡ଼ିଆ କଳାକାରଙ୍କ ସହ ସାକ୍ଷାତକାର ଆଦି ସ୍ଥାନ ପାଇଛି । ଏହି ପତ୍ରିକାଟି http://bit.ly/Shubha11 ଲିଙ୍କରୁ ସିଧାସଳଖ ଡାଉନ୍ଲୋଡ୍ କରିହେବ ।