ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ସବ୍ୟସାଚୀ-ଏଲିନାଙ୍କ ତୃତୀୟ କଥାଚିତ୍ର ମାଲ୍ ମହୁ ଜୀବନ ମାଟି - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 8 November 2019

ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ସବ୍ୟସାଚୀ-ଏଲିନାଙ୍କ ତୃତୀୟ କଥାଚିତ୍ର ମାଲ୍ ମହୁ ଜୀବନ ମାଟି


ଭୁବନେଶର (୮ ନଭେମ୍ବର ୨୦୧୯): ଆଜି ଫ୍ରାଇଡେ ରିଲିଜ୍‌ରେ ମୁକ୍ତିଲାଭ କରିଛି ନୂଆ ସବ୍ୟସାଚୀ - ଏଲିନା ଅଭିନୀତ ତୃତୀୟ ଓଡ଼ିଆ କଥାଚିତ୍ର ମାଲ୍ ମହୁ ଜୀବନ ମାଟି - ଭାଗ୍ୟର ନୋ ଗ୍ୟାରେଣ୍ଟି । ଏହି କଥାଚିତ୍ରଟିର ପ୍ରଥମଥର ପାଇଁ ବ୍ରହ୍ମପୁର ସହରରେ ପ୍ରିମିୟର ହୋଇଥିଲା । ଆସନ୍ତା କାଲି କଟକ ଓ ଭୁବନେଶ୍ୱରରେ ଏହାର ପ୍ରିମିୟର୍ ଶୋ ଅନୁଷ୍ଠିତ ହେବାର ସୂଚନା ମିଳିଛି ।


ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ପ୍ରଥମଥର ପାଇଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଛନ୍ତି ସୁନାମଧନ୍ୟା କଣ୍ଠଶିଳ୍ପୀ ଅସୀମା ପଣ୍ଡା । ଅସୀମା ପୂର୍ବରୁ ଅନେକ ହିଟ୍ ଓଡ଼ିଆ କଥାଚିତ୍ର, ଆଲବମ୍ ଓ ଭଜନ ତଥା ସମ୍ବଲପୁରୀ ଗୀତରେ କଣ୍ଠଦାନ କରିଛନ୍ତି ।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କଥାଚିତ୍ରରେ ଅଭିନେତା ସ୍ୱର୍ଗତ ସଲିଲ ମିତ୍ର ଅଭିନୟ କରିଛନ୍ତି । ସେ ସିନା ଆମକୁ ଛାଡ଼ି ଚାଲିଯାଇଛନ୍ତି, ହେଲେ ବି ତାଙ୍କ ଅଭିନୀତ କଥାଚିତ୍ରଗୁଡ଼ିକ ଏଯାବତ୍ ମୁକ୍ତିଲାଭ କରିସାରିନାହିଁ ।


ଅନ୍ୟନ୍ୟ କଳାକାରଙ୍କ ମଧ୍ୟରେ ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, କ୍ରିଷ୍ଣା କର, ବିଜୁ ବଡ଼ଜେନା, ସ୍ୱପ୍ନା ପତି, ଜୋଜୋ, ଅମର କାହ୍ନୁ, ରବି ମିଶ୍ର, ରୁଷି ପଟ୍ଟନାୟକ ଆଦି ଏହି କଥାଚିତ୍ରରେ ଅଭିନୟ କରିଛନ୍ତି । ପ୍ରଦ୍ୟୁମ୍ନ ଲେଙ୍କା ସବ୍ୟସାଚୀଙ୍କର ବାପା ଭୂମିକାରେ ଅଭିନୟ କରିଥିବେବେଳେ ସବ୍ୟସାଚୀ ଜଣେ ଖନା ଭୂମିକାରେ ଅଭିନୟ କରିଛନ୍ତି ।

Post Bottom Ad