ଭଦ୍ରକ (୨୭ ଅକ୍ଟୋବର ୨୦୧୯): ଆଜି ଦୀପାବଳୀ ଅବସରରେ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୮ମ ସଂସ୍କରଣ ପ୍ରକାଶ ପାଇଛି । ୨୦୧୮ ମସିହାରୁ ତ୍ରୟମାସିକ ପତ୍ରିକା ଭାବରେ ପ୍ରକାଶ ପାଇଆସୁଥିବା ଶୁଭପଲ୍ଲବର ଏହି ସଂସ୍କରଣରେ ସମୁଦାୟ ୮୫ଟି ଗପ, କବିତା, ଭ୍ରମଣ କାହାଣୀ, ସାକ୍ଷାତକାର ଆଦି ପ୍ରକାଶ ପାଇଛି । ଏହି ପତ୍ରିକାଟିକୁ PDF ଭାବରେ ଶୁଭପଲ୍ଲବର ୱେବସାଇଟ shubhapallaba.inରୁ ମାଗଣାରେ ଡାଉନଲୋଡ଼ କରିପାରିବେ ।
ଶୁଭପଲ୍ଲବର ଏହି ସଂସ୍କରଣର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ସଂଗ୍ରାମ କେଶରୀ ସେନାପତି ଓ ତାପସ ରଞ୍ଜନ ଏବଂ ଅଳଂକରଣ କରିଛନ୍ତି ସୁଦୂର ମୁମ୍ବାଇରେ ରହୁଥିବା ସମ୍ବିତ ଦାସ । ଏଥିସହ ଏହି ପତ୍ରିକାରେ ପ୍ରଥମଥର ପାଇଁ ଓଡ଼ିଆ କମିକ୍ସ ପ୍ରକାଶ ପାଇଛି, ଯାହାର କାହାଣୀ ଲେଖିଛନ୍ତି ସୁଲଗ୍ନା ମହାନ୍ତି ଏବଂ ଚିତ୍ର କରିଛନ୍ତି ସମ୍ବିତ ଦାସ । ଏହି ସଂସ୍କରଣରେ ପ୍ରକାଶ ପାଇଛି ଓଡ଼ିଆ ଆଲବମ୍ ଜଗତରେ ସଦ୍ୟ ସଫଳତା ପାଇଥିବା ଶୈଳେନ୍ଦ୍ର ସାମନ୍ତରାୟଙ୍କ ସାକ୍ଷାତକାର, ଯେଉଁଥିର ସେ ତାଙ୍କର ଜୀବନି ଏବଂ ସଫଳତା ସମ୍ବନ୍ଧରେ ବତେଇଛନ୍ତି ।