ରିମାଣ୍ଡରେ ଥିବା ପି. ଚିଦାମ୍ବରମଙ୍କୁ ଦିନକୁ ୩୦ ମିନିଟ ଦେଖା କରିପାରିବେ ପରିବାର ଲୋକ ଓ ଓକିଲ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 22 August 2019

ରିମାଣ୍ଡରେ ଥିବା ପି. ଚିଦାମ୍ବରମଙ୍କୁ ଦିନକୁ ୩୦ ମିନିଟ ଦେଖା କରିପାରିବେ ପରିବାର ଲୋକ ଓ ଓକିଲ


ବ୍ୟୁରୋ (୨୨/୦୮/୨୦୧୯): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାରଠାରୁ ୫ ଦିନିଆ ରିମାଣ୍ଡରେ ନେଇଛି । ଏହି ୫ ଦିନିଆ ରିମାଣ୍ଡ ସମୟରେ ପି. ଚିଦାମ୍ବରମଙ୍କୁ ପ୍ରତିଦିନ ୩୦ ମିନିଟ ପାଇଁ ତାଙ୍କର ଓକିଲ ଓ ପରିବାର ଲୋକେ ଦେଖାକରିପାରିବେ ବୋଲି ମଞ୍ଜୁରୀ ମିଳିଛି । ଶ୍ରୀ ଚିଦାମ୍ବରମ ଅଗଷ୍ଟ ୨୬ ତାରିଖଯାଏଁ ସିବିଆଇ ହେପାଜତରେ ରହିବେ ବୋଲି ସୂଚନା ମିଳିଛି ।

ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚିଦମ୍ବରମ୍‌ଙ୍କ ଶୁଣାଣି ଚାଲିଥିବା ବେଳେ କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଶୁଣାଣି କାଳରେ ଚିଦମ୍ବରମଙ୍କ ପତ୍ନୀ ନଳିନୀ ଓ ପୁତ୍ର କାର୍ତ୍ତୀ ଚିଦମ୍ବରମ ଅଦାଲତରେ ଉପସ୍ଥିତ ଥିଲେ । ଅଦାଲତରେ ଚିଦମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂହଭୀ ଏହି ମାମଲାର ପରିଚାଳନା କରିଥିଲେ ଏବଂ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ ।

Post Bottom Ad