ଚନ୍ଦ୍ର କକ୍ଷରେ ପ୍ରବେଶ ପରେ ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Thursday, 22 August 2019

ଚନ୍ଦ୍ର କକ୍ଷରେ ପ୍ରବେଶ ପରେ ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨


ବ୍ୟୁରୋ: ଗତ ଜୁଲାଇ ୨୨ ତାରିଖରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଭାରତୀୟ ଗବେଷଣା କେନ୍ଦ୍ରର ଚନ୍ଦ୍ରଯାନ-୨ ଦୁଇଦିନ ତଳେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଗତ କାଲି ଏହା ଚନ୍ଦ୍ରର ପ୍ରଥମ ଫଟୋଚିତ୍ର ପଠାଇଛି । ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨,୬୫୦ କିଲୋମିଟର ଉଚ୍ଚରୁ ଏହି ଫଟୋ ଉଠାଇଛି । ଏହି ଫଟୋରେ ଚନ୍ଦ୍ରପୃଷ୍ଠ ଓ ସେଥିରେ ଥିବା ଗର୍ତ୍ତଗୁଡ଼ିକ ସ୍ପଷ୍ଟଭାବରେ ଦେଖାଯାଉଛି ।

ଏହି ଚିତ୍ରରେ ମାର ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟର ମଧ୍ୟ ଦେଖାଯାଉଛି । ମାର ଓରିଏଣ୍ଟାଲ ହେଉଛି ସମତଳ ଅଭ୍ୟନ୍ତର ଥିବା ଏକ ବିଶାଳ ଗର୍ତ୍ତ ଯାହାକି ଆଗ୍ନେୟ ଉଦଗୀରଣ ଦ୍ୱାରା ସୃଷ୍ଟି ହୋଇଛି । ଏହା ଚନ୍ଦ୍ରର ପଶ୍ଚିମପାର୍ଶ୍ୱରେ ଅବସ୍ଥିତ । ସେହିପରି ଆପୋଲୋ କ୍ରାଟନର ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଏକ ବିଶାଳ ଗୋଲେଇ ଭିତରେ ଥିବା ଖାଲୁଆ ଅଞ୍ଚଳ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗତ ଜୁଲାଇ ୨୨ରେ ଚନ୍ଦ୍ରଯାନ-୨କୁ ଜିଏସଏଲଭି ମାଧ୍ୟମରେ ମହାକାଶକୁ ପ୍ରେରଣ କରିଥିଲା । ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି ।

Post Bottom Ad