ବନ୍ଧୁ ୨ଟି ଅକ୍ଷର ହେଲେ ମଧ୍ୟ ଜୀବନରେ ଏହାର ମହତ୍ତ୍ୱ ଖୁବ ଅଧିକ । ଖାଲି ବର୍ତ୍ତମାନ ସମୟରେ ନୁହେଁ, ଏହାର ମହତ୍ତ୍ୱ ବହୁ ପ୍ରାଚୀନ କାଳରୁ ରହିଛି । ଏହି ସଂପର୍କରେ କୌଣସି ସ୍ୱାର୍ଥ ନଥାଏ । ତେଣୁ ଜୀବନରେ ସାଙ୍ଗର ସ୍ଥାନ ସ୍ୱତନ୍ତ୍ର । ତେଣୁ ଏହି ସଂପର୍କ ଅମୂଲ୍ୟ । ଆଜି ବନ୍ଧୁତ୍ୱ ଦିବସ ଅବସରରେ ଏପରି ଏକ ବନ୍ଧୁତ୍ୱ ବିଷୟରେ ଚାଲନ୍ତୁ ଜାଣିବା ।
ରାମ ଓ ସୁଗ୍ରୀବ
ଖାଲି ଏବେ ନୁହେଁ ବହୁ ପୌରାଣିକ ସମୟରୁ ମଧ୍ୟ ବନ୍ଧୁତ୍ୱର ଗୁରୁତ୍ୱ ଦେଖିବାକୁ ମିଳେ । ପ୍ରଭୁ ଶ୍ରୀରାମ ଓ ସୁଗ୍ରୀବ ଉତ୍ତମ ବନ୍ଧୁ ଥିଲେ । ଯେଉଁ ସମୟରେ ମାତା ସୀତାଙ୍କୁ ରାବଣ ହରଣ କରିନେଇ ଯାଇଥିଲେ, ସୀତାଙ୍କୁ ଠାବ କରିବାବେଳେ ପ୍ରଭୁ ରାମଚନ୍ଦ୍ର ଋଷିମୁଖ ପର୍ବତକୁ ଯାଇଥିଲେ, ଯେଉଁଠାରେ ସୁଗ୍ରୀବ ନିଜର ରାଜକର୍ମଚାରୀଙ୍କ ସହ ରହୁଥିଲେ । ସୁଗ୍ରୀବ କିସ୍କିନ୍ଧାର ରାଜା ବଳୀଙ୍କର ଭାଇ ଥିଲେ । ମାତ୍ର କଳହ କାରଣରୁ ରାଜା ବଳୀ ସୁଗ୍ରୀବଙ୍କ ଠାରୁ ସମସ୍ତ ସମ୍ପତ୍ତି ଓ ତାଙ୍କ ପତ୍ନୀଙ୍କୁ ମଧ୍ୟ ଛଡ଼ାଇ ନେଇ ସୁଗ୍ରୀବଙ୍କୁ ତଡ଼ି ଦେଇଥିଲେ । ପ୍ରଭୁ ହନୁମାନ ଭଗବାନ ଶ୍ରୀରାମ ଓ ସୁଗ୍ରୀବଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପିତ କରାଇଥିଲେ । ଏହାପରେ ପରସ୍ପରକୁ ସାହାଯ୍ୟ ନିମନ୍ତେ ସ୍ଥିରିକୃତ ହେଲା । ଏହା ପରେ ପ୍ରଭୁ ଶ୍ରୀରାମଙ୍କ ସହୟତା ଯୋଗୁ ସୁଗ୍ରୀବ ନିଜର ସମ୍ପତ୍ତି ଓ ରାଜ୍ୟ ଫେରି ପାଇଥିଲେ ।
ମାତା ସୀତାଙ୍କୁ ଠାବ କରିବାରେ ସୁଗ୍ରୀବ ନିଜର ସୈନ୍ୟଙ୍କୁ ପଠାଇଥିଲେ । ହନୁମାନ ଠାବ କରିପାରିଥିଲେ କି ମା’ ସୀତାଙ୍କୁ ରାବଣ ଅପହରଣ କରିନେଇ ଲଙ୍କାପୁରୀରେ ରଖିଛି । ଏହା ପରେ ସୁଗ୍ରୀବ ନିଜର ସୈନ୍ୟସାମନ୍ତ ସହ ଲଙ୍କା ଯାଇଥିଲେ । ଏହା ପରେ ଭଗବାନ ରାମ ଓ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା ଓ ଶେଷରେ ରାମ ଜିତିଥିଲେ । ଏପରି ପରସ୍ପରକୁ ସାହାଯ୍ୟ କରିଥିଲେ ଦୁଇ ବନ୍ଧୁ । ଯେଉଁ କାରଣରୁ ଆଜି ମଧ୍ୟ ତାଙ୍କ ବନ୍ଧୁତ୍ୱ ଅମର ରହିଛି ।