ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡସିପ ଡ଼େକୁ ଆଉ ଅଳ୍ପ କେଇଟା ଦିନ ବାକି ରହିଲା । ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଉଥିବା ଏହି ଦିନଟି ବନ୍ଧୁମାନଙ୍କ ପାଇଁ ଏକ ବିଶେଷ ଦିନ । ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ରକ୍ତ ସମ୍ପର୍କ ନହେଲେ ମଧ୍ୟ ଏହାର ମୂଲ୍ୟ ଓ ପବିତ୍ରତା ଖୁବ ଅଧିକ । ବେଳେବେଳେ ଏପରି କିଛି କଥା ମନରେ ଆସିଥାଏ ଯାହା ଅନ୍ୟ କାହାକୁ ନକହି ହେଉନଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ପ୍ରକାଶ କରି ହୁଏ । ବନ୍ଧୁ ହେଉଛି ଏପରି ବ୍ୟକ୍ତି ଯାହାର ଗୁରୁତ୍ୱତା ସାରା ବିଶ୍ୱରେ ସ୍ୱତନ୍ତ୍ର । ସାଙ୍ଗମାନେ ଆମକୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି । ଜୀବନରେ ଯଦି ସାଙ୍ଗ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଇଥାଆନ୍ତା । ସାଙ୍ଗଟିଏ ଆମକୁ ଖୁସି କରାଇଥାଏ । ଯେଉଁଥିରେ ଆମର ଦୁର୍ବଳତା ଜାଣି ମଧ୍ୟ ଆମକୁ ପ୍ରେରିତ କରିଥାଏ ସାହସର ସହ ଆଗକୁ ବଢ଼ିବା ପାଇଁ । ଆବଶ୍ୟକ ସମୟରେ ଆମକୁ ସାହାଯ୍ୟ କରିବା ନିମନ୍ତେ ସର୍ବଦା ଆଗେଇ ଆସିଥାଏ । ପରିବାରର ସଦସ୍ୟଙ୍କ ମାନଙ୍କ ଭଳି ଆମେ ସାଙ୍ଗସାଥିଙ୍କୁ ଭରସା କରିଥାଉ । ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟ ମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ମାତ୍ର ଆପଣ ହୁଏତ ଜାଣି ନଥିବେ ବନ୍ଧୁତ୍ୱ ଦିବସ ଅଗଷ୍ଟ ମାସର ପ୍ରଥମ ରବିବାରକୁ କେଉଁ କାରଣରୁ ପାଳନ କରାଯାଏ? ଜାଣନ୍ତୁ ବନ୍ଧୁତ୍ୱ ଦିବସର ଇତିହାସ...
ହଲମାର୍କ କାର୍ଡ଼ର ସଂସ୍ଥାପକ ଜୋସ ହାଲଙ୍କ ପ୍ରସ୍ତାବରେ ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ୧୯୧୯ରୁ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା ।
୧୯୩୫ରେ ପ୍ରଥମଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ।