ଐତିହାସିକ ପଦକ୍ଷେପ ନେଲେ ମୋଦୀ ସରକାର: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ପାଇଁଁ ଆଣିଲେ ପ୍ରସ୍ତାବ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 5 August 2019

ଐତିହାସିକ ପଦକ୍ଷେପ ନେଲେ ମୋଦୀ ସରକାର: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ପାଇଁଁ ଆଣିଲେ ପ୍ରସ୍ତାବ


ନୂଆଦିଲ୍ଲୀ (୫ ଅଗଷ୍ଟ ୨୦୧୯): ମୋଦୀ ସରକାର ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆଣିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହାଛଡ଼ା ୩୫(କ)କୁ ବି ଉଚ୍ଛେଦ ଲାଗି ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର । ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ଲାଗି ସମ୍ବିଧାନର ସଂଶୋଧନ ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର । ଏହାକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ କରିଥିଲେ । ପ୍ରବଳ ହୋହଲ୍ଲା ଭିତରେ ଗୃହମନ୍ତ୍ରୀ ଶାହା ଏହାକୁ ଉପସ୍ଥାପନ କରିଛନ୍ତି ।

ସୋମବାର ପୂର୍ବାହ୍ନ ୯:୩୦ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଉପସ୍ଥାପନ କରିଛନ୍ତି । ଗତ ସପ୍ତାହଠାରୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଓ ଅନ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବା ପରେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଥିଲା, ଯାହା ଆଜି ଲୋକଲୋଚନକୁ ଆସିଛି । ସ୍ବାଧୀନ ଭାରତର ଇତିହାସରେ ଏହା ଏକ ସାହସିକ ଏବଂ ଐତିହାସିକ ପଦକ୍ଷେପ କୁହାଯାଇପାରେ ।

ଗୃହମନ୍ତ୍ରୀ ଅମିତ ଶାହା ନିଜ ଉପସ୍ଥାପନରେ ଦର୍ଶେଇ ଥିଲେ କି, "ଏହି ସଂଶୋଧନ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଧାରା ୩୭୦ ଅଧୀନରେ ଥିବା ସମସ୍ତ ବ୍ୟବସ୍ଥା ଲାଗୁ ହୋଇ ପାରିବ ନାହିଁ ।" ସଦସ୍ୟମାନଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୁଲାମ ନବୀ ଆଜାଦ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଲେ ଯେ କଶ୍ମୀର ପ୍ରସଙ୍ଗରେ ୪ଟି ବିଲ୍‌ ଆଲୋଚନା ପାଇଁ ଆଗତ କରିବେ ।

ଗତକାଲିଠାରୁ ଜମ୍ମୁ ଓ କଶ୍ମୀରରେ ସେନା ମୁତୟନ ବଢ଼ାଯିବା ସହ ପୁଲିସ ପ୍ରଶାସନ ଆଜି ଅଧରାତିରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି । କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଗିରଫ କରାଯାଇଛି । ଏହାସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ‌ମୁଫତିଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଛି । ପିପୁଲ୍ସ ପାର୍ଟି ମୁଖ୍ୟ ସଜ୍ଜାଦ ‌ଲୋନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ସୂଚନା ଆସିଛି । ତୀବ୍ର ଉତ୍ତେଜନା ପ୍ରକାଶ ପାଉଥିବାରୁ ଶ୍ରୀନଗରରେ ଅନିର୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି । ସବୁ ସ୍କୁଲ ଓ କଲେଜକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ମୋବାଇଲ ଏବଂ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି ।

Post Bottom Ad