ପଖାଳ ଦିବସ ମୁଖ୍ୟତଃ ଗ୍ରୀଷ୍ମଋତୁକୁ ସ୍ୱାଗତ କରିବାକୁ ପାଳନ କରାଯାଏ । ତେଣୁ ମାର୍ଚ୍ଚ ୨୦ ହେଉଛି ଏହି ପାଳନ ଉପଯୁକ୍ତ ସମୟ । ଭାଇଚାରାର ସଂସ୍କୃତି ହେଉଛି ଆମର ଓଡ଼ିଆ ସଂସ୍କୃତି, ତେଣୁ ଆମେ ଆମର ପ୍ରତ୍ୟେକ ପୂଜା ପାର୍ବଣ ଆଦି ମିଳିମିଶି ପାଳନ କରିଥାଉ । ତେଣୁ ଏହି ପଖାଳ ଦିବସ ବାଦ୍ ଯିବ କେମିତି । ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀମାନେ ମିଳିମିଶି ଏହି ଦିବସର ଭରପୁର ଆନନ୍ଦ ଉଠାଇଥାନ୍ତି ।

ପଖାଳ ଦିବସ ଅବସରରେ କେନ୍ଦୁଝରର ବଡ଼ବିଲଠାରେ ନୀଳଦ୍ରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ପଖାଳ ଦିବସ । ଏହି ଅନୁଷ୍ଠାନ ତରଫରୁ ୨୦୧୫ରୁ ପଖାଳ ଦିବସ ପାଳନ କରାଯାଉଛି । ଏହି ସଭାକୁ ଅନ୍ୟାନ୍ୟ ଅନୁଷ୍ଠାନରୁ ତଥା ଅଣଓଡ଼ିଆ ବନ୍ଧୁମାନଙ୍କୁ ମୁଖ୍ୟତଃ ନିମନ୍ତ୍ରଣ କରାଯାଇଥାଏ । ତତ୍ସହିତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥାନ୍ତି । ଏହି ବର୍ଷ ପାଖାପାଖି ୨୦୦ରୁ ଅଧିକ ଲୋକ ଏକତ୍ର ପଖାଳ ଭୋଜନ କରିଥିବା କଥା ସୂଚନା ଦେଇଛନ୍ତି ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀ ଚିତ୍ତରଞ୍ଜନ କର ମହୋଦୟ ।




