ଏଇ ବର୍ଷ ନବବର୍ଷ ସମୟରେ ପ୍ରକାଶନ ଆରମ୍ଭ କରିଥିବା ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ଏହାର ୨ୟ ସଂସ୍କରଣ ଅତିଶୀଘ୍ର ମୁକ୍ତିଲାଭ କରିବ ବୋଲି ଜଣେଇଛି । ଆଜି ପତ୍ରିକାଟିର କଭର୍ ଫଟୋର ପ୍ରଥମ ଦୃଶ୍ୟର ଟିକିଏ ଝଲକ୍ ଆସିଛି ସଭିଙ୍କ ସାମ୍ନାକୁ । ପାଠକ ତଥା ଲେଖାକମାନଙ୍କର ଅପେକ୍ଷାର ଅନ୍ତ ଘଟାଇ ଉତ୍କଣ୍ଠାକୁ ଆହୁରି ଜଗାଇ କଭର୍ ଫଟୋର ଏହି ପ୍ରଥମ ଦୃଶ୍ୟକୁ ଟୁଇଟର, ଫେସ୍ବୁକ୍, ଇଷ୍ଟାଗ୍ରାମ ତଥା ୟୁ-ଟ୍ୟୁବ୍ରେ ସେୟାର କରାଯାଇଛି ନବପଲ୍ଲବ ତରଫରୁ । କଭର୍ ଫଟୋର ପ୍ରଥମ ଦୃଶ୍ୟ ଅତିଶୀଘ୍ର ଆସିବ ବୋଲି ଏଥିରେ ଉଲ୍ଲେଖ ଥିବାବେଳେ ସମ୍ପୂର୍ଣ୍ଣ ପତ୍ରିକାଟି ଆଗାମୀ ଉତ୍କଳ ଦିବସ ଅବସରରେ ପ୍ରକାଶ ପାଇବାର ସୂଚନା ଦିଆଯାଇଛି ।
ନବପଲ୍ଲବର ଏହି କଭର୍ ଫଟୋଟିର ଅଳଂକରଣ କାର୍ଯ୍ୟରେ ଜଣେ ପ୍ରଖ୍ୟାତ ଶିଳ୍ପୀଙ୍କର ହାତ ରହିଛି ବୋଲି ସୂଚେଇଥିଲେ ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ମାତ୍ର ଏବେଯାଏଁ ସେ ଏହାର ଶିଳ୍ପୀଙ୍କ ବିଷୟରେ କୌଣସି ପ୍ରକାର ସିଧାସଳଖ ସୂଚନା ଦେଇନାହାନ୍ତି । ତେଣୁ ପାଠକମାନଙ୍କ ମଧ୍ୟରେ ଶିଳ୍ପୀଙ୍କୁ ନେଇ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି । କେତେକ ପାଠକଙ୍କର ଅନୁମାନ ଅସୁସାରେ ଏହି କାର୍ଯ୍ୟ ସୁପ୍ରସିଦ୍ଧ ଚିତ୍ରକର ବିଜୟ ବିଶ୍ୱାଳଙ୍କ ହୋଇଥାଇ ପାରେ । ତେଣେ ଆଉ କିଛି ଏହି କାର୍ଯ୍ୟକୁ ସମ୍ବିତ ଦାସ କିମ୍ବା ଶାଶ୍ୱତ ଦେବଦତ୍ତଙ୍କର କାର୍ଯ୍ୟ ବୋଲି ଗଣନା କରିଛନ୍ତି ।