ପଖାଳ ଦିବସ ପାଇଁ ଓଡ଼ିଆ ଗୀତ ରିଲିଜ୍ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 18 March 2018

ପଖାଳ ଦିବସ ପାଇଁ ଓଡ଼ିଆ ଗୀତ ରିଲିଜ୍

ଓଡ଼ିଶା (୧୮/୩/୨୦୧୮): ଆସନ୍ତା ମାର୍ଚ୍ଚ ୨୦ରେ ଓଡ଼ିଶାବାସୀ ପଖାଳ ଦିବସ ପାଳନ କରୁଛନ୍ତି । ଗୀଷ୍ମର ଆଗମନ‌କୁ ସ୍ୱାଗତ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ପଖାଳ ଦିବସ ପାଳନ କରାଯାଏ । ଏହି ଦିନରେ ମୁଖ୍ୟତଃ ଲୋକମାନେ ମେଳିକରି ପଖାଳ ଭୋଜି କରିଥାନ୍ତି, ସୋସିଆଲ ମିଡ଼ିଆରେ ପଖାଳକୁ ନେଇ ଲୋକମାନେ ଗୀତ, କବିତା, କ୍ଷୁଦ୍ରଗଳ୍ପ ଆଦି ଅନେକ କିଛି ସେୟାର କରନ୍ତି । 

ଏହି ବର୍ଷ ପଖାଳ ଦିବସ ପାଇଁ ଏକ ଓଡ଼ିଆ ଗୀତ ମୁକ୍ତିଲାଭ କରିଛି । ଓଡ଼ିଆର ଜୀବନରେ ପଖାଳ କେମିତି ଏକ ଅଭିନ୍ନ ଅଙ୍ଗ, ସେ ଉପରେ ଗୀତଟିରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ଓଡ଼ିଆ ଇଞ୍ଜିନିୟର ଶାଶ୍ୱତ କୁମାର ସ୍ୱାଇଁ ଏହି ଗୀତଟି ରଚନା କରିଛନ୍ତି । ପୁନେରେ ରହୁଥିବା ଓଡ଼ିଆ ଯୁବକ ମାନସ ରଞ୍ଜନ ଦାଶ ଏହି ଗୀତଟିର ସ୍ୱର ସଂଯୋଜନା କରିଥିଲେ ଏବଂ ନିଜେ କଣ୍ଠଦାନ କରିଥିଲେ । ମନସ୍ୱିନୀ ସାହୁଙ୍କର ପଖାଳ ଉପରେ ରୋଚକ ଭିଡ଼ିଓ ଏହି ଗୀତକୁ ସୁହାଇଲା ଭଳି ହୋଇଥିଲା । ଗତ ୧୭ ତାରିଖ ସନ୍ଧ୍ୟାରେ ମାନସ ରଞ୍ଜନ ଦାଶଙ୍କ ୟୁ-ଟ୍ୟୁବ୍ ଚେନାଲରେ ଏହି ଗୀତଟି ମୁକ୍ତିଲାଭ କରିଥିଲା ।


Post Bottom Ad