ଓଡ଼ିଶା (୨୧/୨/୨୦୧୮): ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ତରଫରୁ ଓଡ଼ିଆ ଗୀତଟିଏ ରିଲିଜ୍ ହୋଇଛି । ଗତ ଜାନୁଆରୀ ୧ ତାରିଖରେ ନୂଆବର୍ଷ ଅବସରରେ ଏହି ପତ୍ରିକାଟିର ପ୍ରଥମ ସଂସ୍କରଣ ଇଣ୍ଟରନେଟରେ pdf ଭାବରେ ପ୍ରକାଶିତ ହୋଇଥିଲା । ଏହାର ପ୍ରଥମ ସଂସ୍କରଣରେ ସମୁଦାୟ ୪୦ଟି ଲେଖା ସ୍ଥାନିତ ହୋଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଆ ଲିପି ପଢ଼ିପାରୁନଥିବା ପାଠକ ଏବଂ ଗପ ପଢ଼ିବା ଅପେକ୍ଷା ଶୁଣିବାରେ ଅଧିକ ରୁଚି ରଖୁଥିବା ପାଠକଙ୍କ ପାଇଁ ଏହି ପତ୍ରିକା ତରଫରୁ ଅଡ଼ିଓ ମାଗାଜିନ୍ ତିଆରି କରାଯାଇଥିଲା । ପତ୍ରିକାଟିରେ ପ୍ରକାଶିତ ଲେଖାଗୁଡ଼ିକ ରେକର୍ଡ଼ିଂ କରି ଏହାକୁ ୟୁ-ଟ୍ୟୁବ୍ ଚେନାଲରେ ଅପ୍ଲୋଡ୍ କରାଯାଇଛି । ଫଳରେ ମାଗଣାରେ ପତ୍ରିକାଟି ପଢ଼ିବା ସହ ଏହାର ଲେଖାଗୁଡ଼ିକ ମଧ୍ୟ ଶୁଣିପାରିବେ ।
ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଏହି ପତ୍ରିକା ତରଫରୁ ଏକ ଓଡ଼ିଆ ଗୀତ ନବପଲ୍ଲବ ଇ-ପତ୍ରିକାର ୟୁ-ଟ୍ୟୁବ୍ ଚେନାଲରେ ରିଲିଜ୍ ହୋଇଛି । ଏହି ଗୀତଟିକୁ ରଚନା କରିଥିଲେ ଶାଶ୍ୱତ ଏବଂ ସ୍ୱର ସଂଯୋଜନା କରିଥିଲେ ମାନସ ରଞ୍ଜନ ଦାଶ । ମାନସ ରଞ୍ଜନ ଦାଶ ଏହି ଗୀତଟିକୁ ନିଜେ ଗାଇଥିଲେ ଏବଂ ସମ୍ବିତ ଦାସ ଏହାର ଭିଡ଼ିଓ ତିଆରି କରିଥିଲେ । ନବପଲ୍ଲବର ପତ୍ରିକାକୁ ନେଇ ତିଆରି ହୋଇଥିବା ଏହି ଗୀତଟି ଲୋକମାନେ ଶୁଣିଲେ ନିଶ୍ଚୟ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହି ପତ୍ରିକାର ପରିଚାଳକ ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି । ଏହି ପତ୍ରିକାଟିର ଆଗାମୀ ସଂସ୍କରଣ ଓଡ଼ିଆ ନବବର୍ଷ ସମୟରେ ଅପ୍ରେଲ ମାସରେ ପ୍ରକାଶ ପାଇବ ।

Nabapllaba Website: http://nabapallaba.wordpress.com
YouTube Channel: https://www.youtube.com/channel/UCc2nqJ-Zv3Mpnp-kMGXuJZg
Nabapallaba Song: https://youtu.be/lr2bDPK1_Bo