ନୀହାରକନ୍ୟା ସାହିତ୍ୟ ସଂସଦର ୨୯ତମ ବାର୍ଷିକ ଉତ୍ସବ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Monday, 2 March 2026

ନୀହାରକନ୍ୟା ସାହିତ୍ୟ ସଂସଦର ୨୯ତମ ବାର୍ଷିକ ଉତ୍ସବ

(ଦୁଃଖର ରଙ୍ଗ, ଲୁହର ସ୍ୱାଦ, ଯନ୍ତ୍ରଣାର ସ୍ଥାପତ୍ୟ ଓ ଆନନ୍ଦର କାରୁକାର୍ଯ୍ୟ ବୁଝୁଥିବା ସାହିତ୍ୟ ଅପରାଜୟ ମଣିଷର କଥା କହେ)

Niharkanya Barshika Utsava

ସୋର (୨ ମାର୍ଚ୍ଚ ୨୦୨୬): କବିତାଟିଏ ଲେଖିବା ପରେ ତାହା ଆଉ କବିର ହୋଇ ରହେନାହିଁ । ନିଜସ୍ୱ ଗାରିମାରେ ତାହା ଝଲସି ଉଠେ, ତହାହିିଁ କବିତାର ଅହମିକା ଓ ସାହିତ୍ୟର ସୌନ୍ଦର୍ଯ୍ୟ ବୋଲି ସୋର ଶିଙ୍ଗାଖୁଣ୍ଟା ନୂଆଗାଁ ନୀହାରକନ୍ୟା ସାହିତ୍ୟ ସଂସଦର ୨୯ ତମ ବାର୍ଷିକ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ସାରସ୍ୱତ ସାଧକ ଡ. ହରିଶ୍ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡ଼ା ଯୋଗଦେଇ ଦେବଗିରି ପାଦଦେଶ ଭଳି ପ୍ରାକୃତିକ ପରିବେଶରେ ସାହିତ୍ୟର ପ୍ରକୃତ ଉତ୍ସ ଥାଏ, ଯାହା ଗତକାଲିର ସମାବେଶ ତା’ର ପ୍ରମାଣ ଦେଇଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ କହିଲେ ଯେ ଦୁଃଖର ରଙ୍ଗ, ଲୁହର ସ୍ୱାଦ, ଯନ୍ତ୍ରଣାର ସ୍ଥାପତ୍ୟ ଓ ଆନନ୍ଦର କାରୁକାର୍ଯ୍ୟକୁ ବୁଝୁଥିବା ସାହିତ୍ୟ କହେ ମଣିଷର କେବେବି ପରାଜୟ ନାହିଁ ଏବଂ ପ୍ରତ୍ୟେକ ସକାଳ ଗୋଟେ ଗୋଟେ ନୂଆ ସକାଳ । ବରେଣ୍ୟ ଅତିଥି ଭାବେ କବି ଶ୍ରୀଦେବ ଯୋଗଦେଇ କହିଲେ ଯେ ଓଡ଼ିଶାର ସାରସ୍ୱତ ସାଧକଙ୍କ ସମାବେଶ କହିଲେ ନୀହାରକନ୍ୟାକୁ ବୁଝାଏ । ସମ୍ମାନିତ ଅତିଥି ଗାଳ୍ପିକ ଗଂଗାଧର ବିଶ୍ୱାଳ, କବି କିଶୋର ପାଣିଗ୍ରାହୀ ଓ ଶଙ୍କର୍ଷଣ ବାରିକ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାକୁ ପରିଚାଳନା କରିଥିଲେ ନୀହାରକନ୍ୟା ସାହିତ୍ୟ ସଂସଦର ସଂପାଦକ ସୁରଂଜନ ପାତ୍ର । ସରପଞ୍ଚ ଅନାଦି ଚରଣ ସାମଲ ସ୍ୱାଗତ ଭାଷର ପ୍ରଦାନ କରିଥିଲେ । ଚନ୍ଦ୍ରମୋହନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜ୍ୟୋତି ରଂଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ‘ନୀହାରକନ୍ୟା’ ଶ୍ରୀ ପାତ୍ରଙ୍କ କବିତା ପୁସ୍ତକ ‘ମେଘ ଫୁଲ’ ଓ ସନ୍ତୋସିନୀ ଦାସଗିରିଙ୍କ ଗଳ୍ପ ସଂକଳନ ‘ ଜୀବନର ମାନସାଙ୍କ’ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବିଜୟ ମହାପାତ୍ର, ଦେବେନ୍ଦ୍ର ଚୌଧୁରୀ, ଆଦିତେଶ୍ୱର ମିଶ୍ର, ଉମାକାନ୍ତ ରାଉତ, ସୁଶାନ୍ତ କୁମାର ନାୟକ, ରମେଶ ଚନ୍ଦ୍ର ମିଶ୍ର, ରଂଜିତା ପଣ୍ଡା, ସଂଜୟ ପଣ୍ଡା, ପ୍ରତିଭା ଖିଲାର, ରୀତାଞ୍ଜଳି ମହାରଣା, ବିଳ୍ପବ ରଂଜନ ପତି, ସ୍ନେହଲତା ଦାସ ଲେଙ୍କା ଓ ବଳବନ୍ତ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମ ଅଧିବେଶରେ ରାଜ୍ୟସ୍ତରୀୟ କବିତାପାଠୋତ୍ସବକୁ ଔପନ୍ୟାସିକ ସୁନୀଲ ମିଶ୍ର ମୈତେୟ । କବି ବିଜୟ ରାୟ ସଭାପତ୍ତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କବି ହିମାଂଶୁ ପରିଡ଼ା ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ କବି ସୁବ୍ରତ ଦାସ ସମ୍ମାନିତ ଅତିଥି ଭରାବ କବୀ ସ୍ୱୟଂପ୍ରଭା ରଥ ଯୋଗଦେଇଥିଲେ । କବୀ ତଥା ରେଡିଓ ଉପସ୍ଥାପିକା ମିତା ପଟ୍ଟନାୟକ ଓ ଡ. ସଂଯୁକ୍ତା ପରିଡ଼ା ସାଂଯାଜନା କରିଥିବା ବେଳେ ପତିତପାବନ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲାରୁ ଲବ୍ଧ ପ୍ରତିଷ୍ଠିତ କବିମାନେ ଯୋଗଦେଇ କବିତାପାଠ କରିଥିଲେ ।

Post Bottom Ad