ଆଚାର୍ଯ୍ୟ ହରିହର ଦାସ ଜୟନ୍ତୀ ପାଳନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 28 February 2026

ଆଚାର୍ଯ୍ୟ ହରିହର ଦାସ ଜୟନ୍ତୀ ପାଳନ

Acharya Harihar Das Remembered for His Selfless Service and Dedication to Education

ଭୁବନେଶ୍ୱର (୨୭ ଫେବୃଆରୀ ୨୦୨୬): ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସ ନିଜର ତ୍ୟାଗମୟ ଜୀବନ, ନିଷ୍କାମ ସେବାଭାବ ଓ ଶିକ୍ଷା ପ୍ରସାର ପ୍ରତି ଅତୁଟ ନିଷ୍ଠା ମାଧ୍ୟମରେ ଓଡ଼ିଆ ସମାଜରେ ଗଭୀର ପ୍ରଭାବ ପକାଇ ଯାଇଛନ୍ତି । ତାଙ୍କର ଆଦର୍ଶ ଓ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । 


ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ଶିକ୍ଷାମୂଳକ ଓ ସମାଜସେବାମୂଳକ ଅବଦାନ ଉପରେ ଆଲୋକପାତ କରିଥିଲେ ।

Post Bottom Ad