ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତିଙ୍କ ଅବସର ଗ୍ରହଣ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Sunday, 1 February 2026

ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତିଙ୍କ ଅବସର ଗ୍ରହଣ

Headmaster Abhimanyu Senapati of Babaji Charan Sanskrit School Retires After 38 Years of Service

ଭଦ୍ରକ (୩୧ ଜାନୁଆରୀ ୨୦୨୬): ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ସ୍ଥିତ ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି ଦୀର୍ଘ ୩୮ ବର୍ଷର ସେବା ପରେ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ସେ ୧୯୮୮ ମସିହାର ଫେବୃଆରୀ ୪ ତାରିଖରେ ଏହି ବିଦ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଏହି ଦୀର୍ଘ ସେବାକାଳରେ ଶ୍ରୀଯୁକ୍ତ ସେନାପତି ଶିକ୍ଷାଦାନ ସହିତ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ସୂଚାରୁରୂପେ ପାଳନ କରି ବିଦ୍ୟାଳୟର ଉନ୍ନତିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।


ଏହି ଅବସରରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅଞ୍ଜଳି ରାଉତଙ୍କୁ ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଦାୟିତ୍ୱ ଅର୍ପଣ କରାଯାଇଛି । ଶ୍ରୀଯୁକ୍ତ ସେନାପତିଙ୍କୁ ଅଞ୍ଜଳି ରାଉତ ଓ ଶିକ୍ଷା କର୍ମଚାରୀ ପରିକ୍ଷୀତ ନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।


ସେହିପରି, ବସନ୍ତିଆ ପଞ୍ଚାୟତର କଟିଣା ସ୍ଥିତ ବିଷ୍ଣୁମୋହନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ପଣ୍ଡିତ ଅନାମ ଚରଣ ପାତ୍ର, ଓ ସହକାରୀ ଶିକ୍ଷକ ପ୍ରଭାତ କୁମାର ପୁହାଣ ଓ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟରେ ପହଞ୍ଚି ଶ୍ରୀ ସେନାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

Post Bottom Ad