ଜିଲା ପ୍ରଶାସନର ଖାମଖିଆଲି ନୀତି, ଦେଢ ବର୍ଷ ବିତିଲା, ପଞ୍ଚାୟତ ଜନପ୍ରତିନିଧିଙ୍କୁ ମିଳିଲା ନାହିଁ ମାସିକ ପ୍ରୋତ୍ସାହନ ରାଶି, ବୌଠକ ଭତ୍ତା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 4 July 2025

ଜିଲା ପ୍ରଶାସନର ଖାମଖିଆଲି ନୀତି, ଦେଢ ବର୍ଷ ବିତିଲା, ପଞ୍ଚାୟତ ଜନପ୍ରତିନିଧିଙ୍କୁ ମିଳିଲା ନାହିଁ ମାସିକ ପ୍ରୋତ୍ସାହନ ରାଶି, ବୌଠକ ଭତ୍ତା

ଜିଲା ପ୍ରଶାସନର ଖାମଖିଆଲି ନୀତି, ଦେଢ ବର୍ଷ ବିତିଲା, ପଞ୍ଚାୟତ ଜନପ୍ରତିନିଧିଙ୍କୁ ମିଳିଲା ନାହିଁ ମାସିକ ପ୍ରୋତ୍ସାହନ ରାଶି, ବୌଠକ ଭତ୍ତା

ଭଦ୍ରକ (୩ ଜୁଲାଇ ୨୦୨୫) : ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତର ୩୫୦ରୁ ଅଧିକ ୱାର୍ଡ ସଭ୍ୟସଭ୍ୟା ଏବଂ ୨୫ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଦୀର୍ଘ ଦେଢ ବର୍ଷ ହେବ ମାସିକ ପ୍ରୋତ୍ସାହନ ରାଶି ଏବଂ ବୌଠକ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନର ଖାମଖିଆଲି ନୀତି ଯୋଗୁ ଏପରି ସମସ୍ୟା ଦେଖାଯାଇଥିବା କୁହାଯାଇଛି । ରାଜ୍ୟ ସରକାର ଏସମସ୍ତ ପଞ୍ଚାୟତ ଜନପ୍ରତିନିଧି ମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଏବଂ ବୌଠକ ଭତ୍ତା ପ୍ରଦାନ କରିଥିବା ବେଳେ ଜିଲା ପ୍ରଶାସନିକ ଅବହେଳା ଯୋଗୁ ଏହି ଅର୍ଥ ଫେରି ଯାଇଥିବା କୁହାଯାଉଛି । କେବଳ ସମସ୍ତ ପଞ୍ଚାୟତର ସମିତି ସଭ୍ୟସଭ୍ୟା ମାନଙ୍କୁ ଏହି ପ୍ରୋତ୍ସାହନ ରାଶି ବ୍ଲକ ପ୍ରଶାସନ ପକ୍ଷରୁ ମିଳି ଚାଲିଛି । ଏପରିସ୍ଥଳେ ସରପଞ୍ଚ ଓ ୱାର୍ଡ ସଭ୍ୟ ମାନଙ୍କ ପ୍ରତି ଜିଲା ପ୍ରଶାସନର ଏପରି ଅଣଦେଖାକୁ ସରପଞ୍ଚ ଓ ୱାର୍ଡସଭ୍ୟ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଅର୍ଥ ପ୍ରଦାନ କରୁଥିବା ବେଳେ ତାହାକୁ କାହିଁକି ଜିଲା ପ୍ରଶାସନ କାର୍ଯ୍ୟକାରୀ କରିପାରିଲା ନାହିଁ ଏନେଇ ସେମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟା ଓ ଲୋକ ମାନଙ୍କ ପାଖରେ ଉତ୍ତରଦାୟୀ ରହିଥିବା ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ଦୀର୍ଘ ଦେଢ ବର୍ଷ ହେବ ସେମାନେ ମାସିକ ପ୍ରୋତ୍ସାହନ ରାଶି ଓ ବୌଠକ ଭତ୍ତା ପାଇନାହାନ୍ତି । ଏନେଇ ଟିଲୋ, କାଦବରାଙ୍ଗ, ବନ୍ତ, ବସନ୍ତିଆ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଦାବୀ କରିଆସୁଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ପ୍ରଶାସନର ଏତାଦୃଶ୍ୟ ଅବହେଳାକୁ ସରପଞ୍ଚ ମାନେ ଘୋର ନାପସନ୍ଦ କରିଛନ୍ତି । ଏନେଇ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା କହିଛନ୍ତି ଯେ, ଆମେ ବାରମ୍ବାର ବ୍ଲକ ଅଧିକାରୀ ମାନଙ୍କୁ କହିବାରୁ ସରପଞ୍ଚ ଓ ୱାର୍ଡ ସଭ୍ୟ ମାନଙ୍କର ମାସିକ ପ୍ରୋତ୍ସାହନ ରାଶି ଓ ବୌଠକ ଭତ୍ତା ବିଲ ପଠାଇ ଦିଆଯାଇଛି ବୋଲି ବ୍ଲକ ପ୍ରଶାସନ କହୁଛି । କିନ୍ତୁ ଅଦ୍ୟାବଧି କାହିଁକି ମାସିକ ପ୍ରୋତ୍ସାହନ ରାଶି ଓ ବୌଠକ ଭର୍ତ୍ତା ଅର୍ଥ ପାଇପାରୁନାହାନ୍ତି ସେ ସମ୍ପର୍କରେ ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ଜନପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ତୁରନ୍ତ ସେମାନଙ୍କ ପ୍ରାପ୍ୟ ଦିଆନଯାଏ ତେବେ ପଞ୍ଚାୟତ ପ୍ରତିନିଧି ସଂଘ ପକ୍ଷରୁ ବ୍ଲକ ସମ୍ମୁଖରେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । 

(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)

Post Bottom Ad