ଜୁଲାଇ ୯ ଧର୍ମଘଟକୁ ସଫଳ କରିବା ନେଇ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସାଧାରଣ ସଭା - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Friday, 4 July 2025

ଜୁଲାଇ ୯ ଧର୍ମଘଟକୁ ସଫଳ କରିବା ନେଇ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସାଧାରଣ ସଭା

ଜୁଲାଇ ୯ ଧର୍ମଘଟକୁ ସଫଳ କରିବା ନେଇ ଟ୍ରେଡ୍‌ ୟୁନିୟନ ପକ୍ଷରୁ ସାଧାରଣ ସଭା

ଭଦ୍ରକ (୩ ଜୁଲାଇ ୨୦୨୫) : ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ କୃଷକ ସଙ୍ଗଠନ ଓ ସ୍ୱାଧୀନ ଗଣ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ବିରୋଧୀ ନୀତି, ଦେଶ ତଥା ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତି ସମେତ ଦରଦାମ ବୃଦ୍ଧି ପ୍ରତିବାଦରେ ଜୁଲାଇ ୯ରେ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବା ନେଇ ମିଳିତ ଶ୍ରମିକ ସମନ୍ୱୟ ସମିତି ତରଫରୁ ବନ୍ତ ବଜାର ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲା ଶ୍ରମିକ ସଙ୍ଗଠନର ନେତା ଓ ସାଥୀ ମାନେ ବନ୍ତ ଥାନା ଛକରୁ ଏକ ଶୋଭା ଯାତ୍ରାରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତ୍ୟାହାର ଦାବୀରେ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ । ପରେ ଡାକ୍ତରଖାନା ଫାଟକ ନିକଟରେ ଏ.ଆଇ.ଟି.ୟୁ.ସି ଜିଲା ସମ୍ପାଦକ ରମେଶ ଜେନାଙ୍କ ସଭାପତିତ୍ୱରେ ପଥପ୍ରାନ୍ତ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସି.ଆଇ.ଟି.ୟୁ ଜିଲା ସଭାପତି ଆଇନଜୀବି ଦିବ୍ୟସିଂହ ନାୟକ, ସମ୍ପାଦକ କାଳନ୍ଦି ପାତ୍ର, ଏ.ଆଇ.ସି.ସି.ଟି.ୟୁ ଜିଲା ସଭାପତି ସମର ବଳ, ଏ.ଆଇ.ୟୁ.ଟି.ୟୁ.ସି ଜିଲା ସମ୍ପାଦକ ରାମ ଚନ୍ଦ୍ର ଶଂଖୁଆ, କୃଷକ ସଭାର ଜିଲା ନେତା  ବାବାଜି ଚରଣ ଜେନା, ପ୍ରଭାସ ଚନ୍ଦ୍ର ମହାପାତ୍ର, ନିରଞ୍ଜନ ନାୟକ, କ୍ଷେତ ମଜଦୁର ୟୁନିୟନର ରାଜ୍ୟ ଉପସଭାପତି ଆଇନଜୀବି ପ୍ରଫୁଲ୍ଲ ପାଢୀ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପ୍ରତାପ ସେଠୀ, ଏ.ଆଇ.ଟି.ୟୁ.ସିର ଦୀଲିପ ନାୟକ, ଅରବିନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ବିରୋଧୀ ନୀତି ସହିତ ବେକାରୀ, ଦରଦାମ ବୃଦ୍ଧି ଏବଂ ଦେଶ ତଥା ରାଜ୍ୟରେ ମହିଳା ହିଂସା, ଯୌନ ନିର୍ଯ୍ୟାତନା ସହିତ ସଂଖ୍ୟା ଲଘୁ, ଦଳିତ ମାନଙ୍କ ଉପରେ ବିଶେଷ କରି ଆମ ରାଜ୍ୟର ଗଞ୍ଜାମ ଜିଲାର ଧରାକୋଟରେ ଗୋ ସୁରକ୍ଷା ନାମରେ ଦଳିତ ମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣକୁ ତ୍ରୀବ୍ର ନିନ୍ଦା କରିବା ସହିତ ଜୁଲାଇ ୯ରେ ସମସ୍ତ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିବା ସହିତ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଏଥିରେ ସୁବାଷ ଚନ୍ଦ୍ର ବେହେରା, ଭାସ୍କର ବେହେରା, କୃଷକ ନେତା କିଶୋର ବେହେରା, ବିଷ୍ଣୁ ଚରଣ ଜେନା, ଦୁଲ୍ଲା ଖାଁ, ପଞ୍ଚାନନ ସେଠୀ, ସଞ୍ଜୟ ସାମଲ, ରବିନ୍ଦ୍ର ସେଠୀ, ପର୍ଶୁରାମ ସ୍ୱାଇଁ, ପବିତ୍ର ସେଠୀ, କମଳାକାନ୍ତ ଜେନା, କୃଷ୍ଣ ଚନ୍ଦ୍ର ଜେନା, ଅଭିମନ୍ୟୁ ଜେନା, ଜୟନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

(ସମ୍ବାଦଦାତା: ଚାନ୍ଦିନୀ ମହାନ୍ତି)

Post Bottom Ad