ନୂଆ ବହିର ବାସ୍ନା ସମସ୍ତଙ୍କ ତନୁମନକୁ ଶିହରିତ କରେ: ଲେଖକ ଦମ୍ପତ୍ତିଙ୍କ 'ଛଳପୁରୁଷ' ଓ 'ଆଦିମ ଇଶ୍ୱରୀ' ଲୋକାର୍ପିତ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Saturday, 17 August 2024

ନୂଆ ବହିର ବାସ୍ନା ସମସ୍ତଙ୍କ ତନୁମନକୁ ଶିହରିତ କରେ: ଲେଖକ ଦମ୍ପତ୍ତିଙ୍କ 'ଛଳପୁରୁଷ' ଓ 'ଆଦିମ ଇଶ୍ୱରୀ' ଲୋକାର୍ପିତ

Odia Books by Suchitra Panigrahi and Pabitra Panigrahi Inaugurated at Bhadrak

ଭଦ୍ରକ (୧୭ ଅଗଷ୍ଟ ୨୦୨୪): ଛଳପୁରୁଷଙ୍କ ଐଶ୍ୱରୀୟ ପ୍ରେରଣାରେ ଲେଖାଯାଉଥିବା କବିତା ହୃଦୟକୁ ଛୁଏଁ । ସୃଜନର ଆଦିମ ଇଶ୍ୱରୀ ନାୟିକା ସାଜି ଲେଖକଟିକୁ କେବେ ପୁଣି ଗଳ୍ପଟିଏ ଲେଖିବାକୁ ବାଧ୍ୟ କରିଥାନ୍ତି । ନୂଆ ବହିର ନିଆରା ବାସ୍ନା ପାଠକ ତଥା ସଭିଙ୍କ ତନୁମନକୁ ଶିହରିତ କରିଥାଏ ବୋଲି ପ୍ରାଚୀନଗରସ୍ଥିତ ପ୍ରେମନଗର ଠାରେ 'ପ୍ରେମପୃଥିବୀ' ଆୟୋଜିତ ଅପାରଂପରିକ ସାରସ୍ୱତ ବନ୍ଧୁମିଳନ ଓ ନୂଆବହିର ବାସ୍ନା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଏହି ଅବସରରେ କବିତା-କଥାର ଯୁଗଳବନ୍ଦୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଗ୍ରଦୂତ ପ୍ରକାଶିତ କବିତା ସଂକଳନ 'ଛଳପୁରୁଷ' ଏବଂ ନବଲିପି ପ୍ରକାଶଧାରା ପ୍ରକାଶିତ ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପପୁସ୍ତକ 'ଆଦିମ ଇଶ୍ୱରୀ' ପାଠକାର୍ପିତ ହୋଇଥିଲା ।

'ଶିବାନୀ'ର ସଂପାଦକ ପୂର୍ଣ୍ଣଚନ୍ଦ୍ର ବହଳୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବନ୍ଧୁମିଳନରେ କୈଳାଶ ଚନ୍ଦ୍ର ପଣ୍ଡା ସ୍ୱାଗତ ସମ୍ଭାଷଣ, କିଶୋର ପାଣିଗ୍ରାହୀ ଓ ଡ. ମମତା ସାହୁ ପୁସ୍ତକ ସମ୍ପର୍କରେ ସୂଚନା ଏବଂ ସୁଚିତ୍ରା ପାଣିଗ୍ରାହୀ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଶୈଳେନ୍ଦ୍ର ମହାପାତ୍ର, ଡ. ବ୍ରଜମୋହନ ମିଶ୍ର, ହୃଦାନନ୍ଦ ପାଣିଗ୍ରାହୀ, ବାସୁଦେବ ବାରିକ, ଅଜୟ ନାୟକ ଓ ଅଶୋକ କୁମାର ଜେନା ପ୍ରମୁଖ ଲେଖକ ଦମ୍ପତ୍ତିଙ୍କୁ ଆର୍ଶିବଚନରେ ଶୁଭେଚ୍ଛା ଜଣାଇଥିଲେ । ପ୍ରାରମ୍ଭରେ ବୈକୁଣ୍ଠନାଥ ବିଶ୍ୱାଳ ଆଦ୍ୟ ସୂଚନା ରଖିଥିଲା ବେଳେ 'ଶୁଭପଲ୍ଲବ'ର ସମ୍ପାଦକ ସଂଗ୍ରାମ କେଶରୀ ସେନାପତି କାର୍ଯ୍ୟକ୍ରମର ଶେଷସ୍ପର୍ଶ ଦେଇଥିଲେ । ଅନ୍ତର୍ଯାମି ମହାରଣା, ପତିପତାବନ ପାଣି ଓ ଅବିନାଶ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିଲେ । ଏହି ଭିନ୍ନରୁଚିର କାର୍ଯ୍ୟକ୍ରମରେ ଭଦ୍ରକର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ଯୋଗ ଦେଇଥିଲେ ।


Post Bottom Ad