ସୁଦୂର ଆମେରିକାରେ ରଥଯାତ୍ରା ପାଳନ - ନୂଆ ଖବର | Nua Khabara | ସମ୍ପୂର୍ଣ୍ଣ ଓଡ଼ିଆରେ ଖବର | Odia News

Send your News to us trough E-Mail: nuaakhabar@gmail.com

ବ୍ରେକିଙ୍ଗ୍ ନ୍ୟୁଜ୍

Home Top Ad

Place Ads Here

Post Top Ad

Tuesday, 9 July 2024

ସୁଦୂର ଆମେରିକାରେ ରଥଯାତ୍ରା ପାଳନ

Ratha Jatra Celebration at Alpharetta, Atlanta, Georgia, USA

ବ୍ୟୁରୋ (୮ ଜୁଲାଇ ୨୦୨୪): ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ଖାଲି ଓଡ଼ିଶା କି ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସାତ ଦରିଆପାରି ସୁଦୂର ଆମେରିକାର ଜର୍ଜିଆ ସ୍ଥିତ ଆଲ୍ଫାରେଟା ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ଭାଇଭଉଣୀ ମାନେ ମହା ଆଡ଼ମ୍ବର ସହ ପବିତ୍ର ରଥଯାତ୍ରା ପାଳନ କରିଛନ୍ତି । ମନ୍ଦିରରକୁ ବାହାରି ଚତୁର୍ଦ୍ଧାମୂରତି ଭକ୍ତଙ୍କ ଗହଣକୁ ଆସିଥିଲେ ଏବଂ ଅତି ଆନନ୍ଦ ଉଲ୍ଲାସରେ ଭକ୍ତମାନେ ମହାବାହୁଙ୍କ ପହଣ୍ଡି କରି ରଥାରୂଢ଼ କରାଇଥିଲେ ।


ଏଇ ଅବସରରେ ଓଡ଼ିଆ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏଠାରୁ ପ୍ରକାଶିତ ବାର୍ଷିକ ଓଡ଼ିଆ ପତ୍ରିକା ନନ୍ଦିଘୋଷର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଏହି ପତ୍ରିକାଟିର ଇ-ସଂସ୍କରଣ ମଧ୍ୟ ଉପଲବ୍ଧ ହେଉଛି, ଯେଉଁଥିରେ ୧୪ଟି ଗପ, କବିତା ତଥା ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଉଭୟ ଓଡ଼ିଆ ଓ ଇଂରାଜୀ ଭାବରେ ସ୍ଥାନିତ ହୋଇଛି । ରଥଯାତ୍ରାର ଏହି ପବିତ୍ର ଉତ୍ସବରେ ଖାଲି ଓଡ଼ିଆ ଭକ୍ତ ନୁହନ୍ତି, ହଜାର ହଜାର ସଂଖ୍ୟକ ଅଣ-ଓଡ଼ିଆ ତଥା ସ୍ଥାନୀୟ ଭକ୍ତଗଣ ଏହି ଅବସରରେ ଯୋଗ ଦେଇ ରଥାରୂଢ଼ ଚତୁର୍ଦ୍ଧାମୂର୍ତିଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ରଥଟଣା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ମହା ପ୍ରସାଦ ସେବନ ସହିତ ମହାବାହୁଙ୍କ ଏହି ବାର୍ଷିକ ଉତ୍ସବ ସମାପନ ହୋଇଥିଲା ।

Post Bottom Ad